ବନ୍ଦେ ମାତରମ ଦେଶବାସୀଙ୍କ ଏକତାର ସୂତ୍ରଧର

ବନ୍ଦେ ମାତରମ ଦେଶବାସୀଙ୍କ ଏକତାର ସୂତ୍ରଧର

ସମ୍ବଲପୁର : ସମ୍ବଲପୁର ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ଭାରତୀ ସମାଜ ପକ୍ଷରୁ ରବିବାର ରାଷ୍ଟ୍ରଗାନ ବନ୍ଦେ ମାତରମର ଦେଢଶହ ବର୍ଷ ପୂର୍ତ୍ତି ଅବସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତୀ ସମାଜର ମୁଖ୍ୟ ଭବାନୀ ଶଙ୍କର ଭୋଇଙ୍କ ଆବାହନ କ୍ରମେ ଆକାଶବାଣୀ ଓ ଦୂରଦର୍ଶନ କେନ୍ଦ୍ର ସମ୍ବଲପୁରର ସ୍ବୀକୃତିପ୍ରାପ୍ତ ବ୍ୟଙ୍ଗଶ୍ରୀ କବି ତଥା ଅନୁଷ୍ଠାନର ସକ୍ରୀୟ ସଦସ୍ୟ ଗଦାଧର ନିଆଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ଗ୍ରାମପଞ୍ଚାୟତ ଅଧିକାରୀ ଟିକେଲାଲ କୁମ୍ଭାର ଅତିଥିଭାବେ ଯୋଗଦେଇଥିଲେ। ଭାରତୀୟ ଲୋକଙ୍କୁ ଏକତା ସୂତ୍ରରେ ବାନ୍ଧି ରଖୁବାରେ ବନ୍ଦେ ମାତରମ ଗୀତର ମହତ୍ତ୍ବ ଉପରେ ଆଲୋଚନା ହୋଇଥିଲା। ବନ୍ଦେ ମାତରମ ଦେଶବାସୀଙ୍କୁ ଦେଢଶହ ବର୍ଷହେବ ଏକତାର ସୂତ୍ରରେ ବାନ୍ଧି ରଖୁଥ‌ିବା ଅତିଥିମାନେ କହିଥିଲେ। ବର୍ତମାନ ସମୟରେ ଦେଶରେ ଜାତି, ପ୍ରାନ୍ତ, ଭାଷାନାମରେ ବିଭେଦ ସୃଷ୍ଟି କରାଯାଉଥିବା ନେଇ ସଜାଗ ରହିବାକୁ ଆହ୍ବାନ କରାଯାଇଥିଲା । ଭାରତୀୟ ସଂସ୍କୃତି ପାଞ୍ଚହଜାରରୁ ଅଧିକ ବର୍ଷ ପୁରୁଣା ହୋଇଥିବା ସତ୍ତ୍ୱେ ଯୁବପିଢି ନିଜ ସଂସ୍କୃତି ଏବଂ ପରମ୍ପରାକୁ ଠିକ ଭାବେ ବୁଝିବା ସହ ଏହାର ସୁରକ୍ଷା ଏବଂ ପ୍ରଚାର ପାଇଁ କାର୍ଯ୍ୟ କରିବାକୁ ଆହ୍ବାନ କରାଯାଇଥିଲା । ଚଳିତବର୍ଷ ଭାରତୀ ସମାଜ ସ୍ଥାପନର ୨୫ ବର୍ଷ ପୂର୍ତି ଅବସରରେ ବର୍ଷ ତମାମ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ଉପରେ ଆଲୋଚନା କରାଯାଇଥିଲା । ବିଶେଷ ଭାବେ ଦେଶର ବିଭିନ୍ନ ଜାତି ସମାଜ ମଧ୍ୟରେ ସମନ୍ବୟ ରକ୍ଷା କରି ଜାତିବାଦ ବିରୋଧରେ ସଚେତନତା ସୃଷ୍ଟି କରିବାକୁ ବୈଠକରେ ଆଲୋଚନା କରାଯାଇଥିଲା ।

Leave a Comment

Your email address will not be published. Required fields are marked *

Scroll to Top