

ବାକି ଚାଷୀଙ୍କ ପଞ୍ଜୀକରଣ ଓ ‘ମୋନ୍ଥା’ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସାଂସଦଙ୍କ ଚିଠି
ପଦ୍ମପୁର : ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରଗଡ଼ ଓ ଝାରସୁଗୁଡା ଜିଲ୍ଲା ଦୁଇଟିର ପ୍ରାୟ ୫ ହଜାର ଚାଷୀ ଚଳିତ ଖରିଫ ଧାନବିକ୍ରୀ ପାଇଁ ଚାଷୀମାନ ନାମ ପଞ୍ଜୀକରଣ କରିପାରି ଧାନ ବିକ୍ରୀ ପାଇଁ ଚାଷୀ ଚିନ୍ତାରେ ଥିବା ବେଳେ ଉକ୍ତ ଚାଷୀମାନଙ୍କ ନାମ ପଞ୍ଜୀକରଣ ପାଇଁ ବିହିତ ବ୍ୟବସ୍ଥା କରିବାକୁ ବରଗଡ଼ ସାଂସଦ ପ୍ରଦୀପ କୁମାର ପୁରୋହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି । ସେହିପରି ‘ମୋନ୍ଥା’ ବାତ୍ୟାରେ ପ୍ରଭାବିତ ଉକ୍ତ ଦୁଇ ଜିଲ୍ଲାର ଅନେକ ଚାଷୀଙ୍କ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଥିବାରୁ କ୍ଷୟକ୍ଷତି ଆକଳନ କରାଯାଇ ଚାଷୀଙ୍କୁ ସରକାରୀ ସ୍ତରରେ ଉପଯୁକ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ମଧ୍ୟ ଊ ପତ୍ର ମାଧ୍ୟମରେ ମୁଆମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଅନୁରୋଧ କରିଛନ୍ତି । ସାଂସଦ ଏହି ମର୍ମରେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଥିବା ସୂଚନା ମିଳିଛି ।


