ବରିଷ୍ଠ ନାଗରିକଙ୍କ ଆଲୋଚନାରେ ସାମିଲ ହେଲେ ବ୍ଲକ ଅଧ୍ୟକ୍ଷ

ବରିଷ୍ଠ ନାଗରିକଙ୍କ ଆଲୋଚନାରେ ସାମିଲ ହେଲେ ବ୍ଲକ ଅଧ୍ୟକ୍ଷ

ବିଜେପୁର : ବରଗଡ ଜିଲ୍ଲା ବିଜେପୁର ବ୍ଲକର ସ୍ଥାନୀୟ ଅସ୍ଥାୟୀ କାର୍ଯ୍ୟାଳୟରେ ବୁଧବାର ଅପରାହ୍ନ ୪ଟା ସମୟରେ ବିଜେପୁର ବରିଷ୍ଠ ନାଗରିକ ସଂଘର ମାସିକ ବୈଠକ ଅନୁଷ୍ଠିତ ହୋଇଥିଲା । ସଂଘର ସଭାପତି ନବକିଶୋର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ ଜୟକୃଷ୍ଣ ଡନସନା ସାମିଲ ରହି ବରିଷ୍ଠ ନାଗରିକ ମାନଙ୍କର ବିଭିନ୍ନ ସମସ୍ୟା ଓ ସେଗୁଡ଼ିକର ସମାଧାନ ଉପରେ ଆଲୋଚନା କରିଥିଲେ ।

ଏହି ଅବସରରେ ବିଶେଷ ଆଲୋଚନା ହୋଇଥିବା ବେଳେ ବିଜେପୁର ଦାମୋଦର କଟାର ଉନ୍ନତି ସହିତ ଏଥିରେ ନୌବିହାର କରି ଦର୍ଶନୀୟ ସ୍ଥାନ କରିବା, ବସଷ୍ଟାଣ୍ଡରୁ ତହସିଲ ଅଫିସ ପର୍ଯ୍ୟନ୍ତ ହମ୍ପ୍ସ ଦେବା ଆଦି ଆଲୋଚନାର ବିଷୟବସ୍ତୁ ଥିଲା । ପୁଣି ବରିଷ୍ଠ ନାଗରିକ ସଂଘର ଜନହିତକର କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ଅଧ୍ୟକ୍ଷ ଶ୍ରୀ ଡନସନା ସଂଘ ପାଇଁ ଏକ ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣ ଦିଗରେ ସମସ୍ତ ପ୍ରକାର ସହଯୋଗ କରିବା ନିମିତ୍ତ ପ୍ରତିଶୃତି ଦେଇଥିଲେ । ଉପଦେଷ୍ଟା ଡ଼ାକ୍ତର ତହସିଲ ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ପ୍ରେମାରଜ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସଭାରେ ସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave a Comment

Your email address will not be published. Required fields are marked *

Scroll to Top