ପହଣ୍ଡି ହାଇସ୍କୁଲ ଛକରେ ବାଇକ ଧକ୍କା

ଆହତଙ୍କୁ ସହାୟତା କଲେ ସମାଜସେବୀ ହୃଦମଣି ସାହୁ

ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ୍ ଅନ୍ତର୍ଗତ ପହଣ୍ଡି ଗ୍ରାମର ହାଇସ୍କୁଲ ଛକ ନିକଟରେ ଆଜି ଅପରାହ୍ନ ପ୍ରାୟଃ ୪ ଟା ୩୯ ମି ପରେ ଦୁଇଟି ବାଇକ୍‌ ମଧ୍ୟରେ ଭୟାନକ ଧକ୍କା ଘଟିଥିଲା । ଏହି ଘଟଣାରେ ପହଣ୍ଡି ଗ୍ରାମର ରାମ ସାହୁ ଗୁରୁତର ଭାବେ ଆହତ ହୋଇଥିଲେ । ଘଟଣା ପରେ ଛାତିରେ ଆଘାତ ପାଇଥାବାରୁ ସେ ବହୁତ ଯନ୍ତ୍ରଣା ଭୋଗୁଥିଲେ ଓ ତାଙ୍କ ଅବସ୍ଥା ଦେଖି ସ୍ଥାନୀୟ ଲୋକ ଭୟଭିତ ହୋଇପଡ଼ିଥିଲେ । ଏହି ସମୟରେ ସ୍ଥାନୀୟ ସମାଜସେବୀ ଓ ପି.ଇ.ଟି. ଶିକ୍ଷକ ହୃଦମଣି ସାହୁ ଘଟଣାସ୍ଥଳକୁ ପହଞ୍ଚିଥିଲେ । ସେ ଆହତ ରାମ ସାହୁଙ୍କ ଅବସ୍ଥା ଦେଖି ୧୦୮ ଆମ୍ବୁଲାନ୍ସ ସେବା ସହ ଯୋଗାଯୋଗ କରିଥିଲେ । କିନ୍ତୁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବା ସୂଚନା ମିଳିଲାପରେ ସେ ନିଜେ ବୋଲେରୋ ଗାଡି ନେଇ ଆହତ ଙ୍କୁ ବିଜେପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚାଇଥିଲେ । ଡାକ୍ତରଙ୍କ ସହ ସତଃ କଥାହୋଇ ଚିକିତ୍ସା ବ୍ୟବସ୍ଥା କରିଥିଲେ । ଆହତଙ୍କୁ ହସ୍ପିଟାଲରେ ନେଇ ପହଞ୍ଚାଇବା ପରେ ତୁରନ୍ତ ଚିକିତ୍ସା ଆରମ୍ଭ କରାଯାଇଥିଲା । ଚିକିତ୍ସା ପରେ କିଛି ସମୟ ଅପେକ୍ଷା କରିବା ପରେ ରାମ ସାହୁଙ୍କ ପଛପଟରେ ଅଭ୍ୟନ୍ତରୀଣ ଆଘାତ ଲାଗିଥିବାରୁ ଡାକ୍ତର ୟସପାଲ୍ ଚୌଧୁରୀ ଉତ୍ତମ ଚିକିତ୍ସା ପାଇଁ ତାଙ୍କୁ ବରଗଡ ଜିଲ୍ଲା ଚିକିତ୍ସାଳୟକୁ ରେଫର୍ କରାଯାଇଥିବାର ସୂଚନା ମିଳିଛି । ହୃଦମଣି ସାହୁ ଠିକ୍ ସମୟରେ ହଷ୍ପିଟାଲ କୁ ନେଇ ଚିକିତ୍ସା ବ୍ୟବସ୍ଥା କରାଇଥିବାରୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି । ଏତେ ବଡ ହସ୍ପିଟାଲରେ ଷ୍ଟ୍ରେରଚର ନଥିବାରୁ କ୍ଷୋଭ ପ୍ରକାଶ କରିବା ସହିତ ଅନ୍ୟମାନଙ୍କ ସହାୟତାରେ ହୃଦମଣି ଆହତଙ୍କ ଚାରି ହାତଗୋଡ ଧରି ଉଠାଇ ଚିକିତ୍ସାକକ୍ଷକୁ ନେଇଥିଲେ । ସ୍ଥାନୀୟ ଲୋକେ କହିଛନ୍ତି ହୃଦମଣି ସାର୍ ନିଜେ ଆଗକୁ ଆସି ମାନବିକତା ଦେଖାଇଛନ୍ତି । ସେ ଆମ ଗ୍ରାମର ଗର୍ବ।”

ପହଣ୍ଡି ହାଇସ୍କୁଲର ଖେଳ ଶିକ୍ଷକ ଆମ ପାଇଁ ଏକ ଆଦର୍ଶ ମଣିଷ । ଆଜି ସେ ଯାହା କରିଛନ୍ତି, ସେ ଆମ ସମାଜ ପାଇଁ ଏକ ଉଦାହରଣ ।” ଏହି ଘଟଣା ସମାଜରେ ମାନବିକତା ଓ ଦାୟିତ୍ୱବୋଧର ଉଦାହରଣ ସୃଷ୍ଟି କରିଛି । ହୃଦମଣି ସାହୁଙ୍କ ଏହି କାର୍ଯ୍ୟ ଆଜି ସମାଜରେ ଏକ ନୂଆ ସନ୍ଦେଶ ଦେଇଛି – “ସେବା ହିଁ ସବୁଠୁ ବଡ଼ ଧର୍ମ”। ସେ ଏକ ଶିକ୍ଷକ ହୋଇ ଯେପରି ମାନବିକ ସେବା କରିଛନ୍ତି, ତାହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ । ସେହିପରି ଅନେକ ସମାଜସେବୀ ଓ ସଂଗଠନ ସହିତ ଯୋଡି ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ “ଏପରି ମଣିଷ ମାନେ ଯଦି ପ୍ରତ୍ୟେକ ଗାଁ ରେ ରହନ୍ତି, ତେବେ ଆମ ଦେଶରେ ମାନବିକତାର ଅଭାବ ରହିବ ନାହିଁ ।” ଆହତ ଙ୍କୁ ସହାୟତା କରି ଏକ ଜୀବନ ରକ୍ଷା କରିବାର କର୍ତ୍ତବ୍ୟ କରିଛନ୍ତି । ଏହି ମାନବିକ କାର୍ଯ୍ୟ ଆଜି ସମାଜରେ ଏକ ଶିକ୍ଷା ଓ ପ୍ରେରଣା ରୂପେ ରହିବ ।

Leave a Comment

Your email address will not be published. Required fields are marked *

Scroll to Top