

ଉତ୍ତାଲୀ ନଦୀ ପୀଠରେ ମାଁ ଦକ୍ଷିଣ କାଳୀଙ୍କ ପୂଜା ଅନୁଷ୍ଠିତ
ବିଜେପୁର : ବରଗଡ ଜିଲ୍ଲା ବିଜେପୁର ବ୍ଲକ ତାଳପଦର ନିକଟରେ ପ୍ରବାହିତ ପବିତ୍ର ଉତ୍ତାଲି ନଦୀ ନିକଟସ୍ଥ ମାଁ ଦକ୍ଷିଣ କାଳୀଙ୍କ ପୀଠରେ ସମାରୋହରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ ଉତ୍ତାଲି ନଦୀରେ ପୂଜାର୍ଚ୍ଚନା ପୂର୍ବକ କଳସ ଆଣି ପୂଜାମଣ୍ଡପରେ ସ୍ଥାପନ କରାଯାଇଥିଲା । ଏହାପରେ ନୀତି ନିଷ୍ଠାର ସହିତ ସୂର୍ଯ୍ୟ ପୂଜା, ପାର୍ଶ ଦେବତା ପୂଜା, ଦକ୍ଷିଣ କାଳୀଙ୍କ ଶୋଡ଼ଶ ଉପଚାର ପୂଜା, ଚଣ୍ଡୀ ହବନ, ଆରତୀ, ପୁଷ୍ପାଞ୍ଜଳୀ ଆଦି କରାଯାଇଥିଲା । ଏହି ପୀଠରେ ଶୋଭା ପାଉଥିବା ଗଣେଶ ଭଗବାନ, କାଳେଶ୍ବର ଶିବ ବାବା, ଶନି ମହାରାଜ ପ୍ରମୁଖଙ୍କ ଠାରେ ପୂଜାର୍ଚ୍ଚନା କରାଯାଇଥିଲା ।


ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା କାଳୀକାଳେଶ୍ବରଙ୍କ ଏହି ଅପୂର୍ବ ସାଧନା ପୀଠରେ ମନସ୍କାମନା ପୂରଣ ପାଇଁ ଦୂର ଦୁରାନ୍ତରରୁ ଭକ୍ତମାନେ ଆସିଥିଲେ । ପଣ୍ଡିତ ସିଦ୍ଧେଶ୍ୱର ସାବତ, ଟଙ୍କଧର ସାବତ, ପୀତବାସ ମିଶ୍ର,ରାଧେଶ୍ୟାମ ମିଶ୍ର, କାହ୍ନା ପାଣିଗ୍ରାହୀ, ବିରଞ୍ଚି ଦାଶ ପ୍ରମୁଖ ପୂଜାର୍ଚ୍ଚନା କରିଥିଲେ । ସୁନିଲ ମିଶ୍ର ପୂଜାର କର୍ତ୍ତା ଦାୟିତ୍ବ ନିର୍ବାହ କରିଥିଲେ । ଏହି ଅବସରରେ ଯୁଗାର ଯାତ୍ରା, ଅନ୍ନ ଛତ୍ର ବ୍ୟବସ୍ଥା ଆଦି ଆୟୋଜନ କରାଯାଇଥିଲା । ପୀଠର ପରିଚାଳକ ପ୍ରଶାନ୍ତ ମିଶ୍ରଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରେମାନନ୍ଦ ମିଶ୍ର, ରାଧେଶ୍ୟାମ ମିଶ୍ର, ତୋଷବନ୍ତ ସାହୁ, ନିରଞ୍ଜନ ସାହୁ, ଗିରି ରଣା, ଚୈତନ୍ୟ ବିଶ୍ବାଳ, ନେତ୍ରାନନ୍ଦ ସାହୁ, ଜୟ ପାଣିଗ୍ରାହୀ, ବୀରେନ ବାଗ, ନରସିଂହ ପୂଜାହାରୀ, ସରପଞ୍ଚ କାମିନୀ ପଧାନ, ସମିତି ସଦସ୍ୟ ସଞ୍ଜୁ ପଧାନ, ରାଜକିଶୋର ବେହେରା ପ୍ରମୁଖଙ୍କ ସହଯୋଗରେ ଅନ୍ନଛତ୍ର ଅନୁଷ୍ଠିତ ହୋଇଥିଲା । ତାଳପଦର ଗ୍ରାମବାସୀ ତଥା ଅଞ୍ଚଳବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।





