ବିଜେପୁର ହାଇସ୍କୁଲରେ CASCADE ତାଳିମ ଶିବିର

ବିଜେପୁର ହାଇସ୍କୁଲରେ CASCADE ତାଳିମ ଶିବିର

ବିଜେପୁର : ବରଗଡ ଜିଲ୍ଲା ବିଜେପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଜେପୁର ବ୍ଲକ ଶିକ୍ଷା କାର୍ଯ୍ୟାଳୟ ତରଫରୁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏକ ଦିବସୀୟ CASCADA ତାଳିମ ଶିବିର ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ବଲ୍ଳଭ ମେହେର ଏହାର ଶୁଭ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧାକାରୀ ସୁଶାନ୍ତ କୁମାର ପାଣ୍ଡେ ଉପସ୍ଥିତ ରହି ଉପସ୍ଥିତ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ବେହେରା ଶିବିରର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଏମ.ପି ଜ୍ୟୋତି ପ୍ରକାଶ ଏବଂ ଟୁନା କର୍ଣ୍ଣ ଆର୍.ପି ଭାବେ ସୁଚାରୁ ରୂପେ ପରିଚାଳନା ଦାୟିତ୍ବ ତୁଳାଇଥିଲେ । Technology ବା ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଗଣିତ ଓ ବିଜ୍ଞାନ ବିଷୟକୁ ସହଜ ଓ ସରଳ ଭାବେ ଶିକ୍ଷଣ କରିବା ତାଲିମ ର ମୁଖ୍ୟ ବିଷୟ ହୋଇଥିବା ବେଳେ ଏଥିରେ Smart phone ବା ମୋବାଇଲ୍ ଯୋଗେ ଛାତ୍ରଛାତ୍ରୀମାନେ ଆନନ୍ଦ ପ୍ରଦାୟୀ ଶିକ୍ଷଣ enjoyful leaerning ହାସଲ କରିପାରିବେ । ଶିବିରରେ ବ୍ଲକ ଅଞ୍ଚଳର ୫୦ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ଯୋଗଦେଇ ସାଫଲ୍ୟ ମଣ୍ଡିତ କରିବା ସହିତ ଏହା ନିଶ୍ଚିତ ଭାବେ ସହାୟକ ହେବ ବୋଲି ମତପୋଷଣ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top