ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ

ବିଜେପୁର : ବରଗଡ ଜିଲ୍ଲା ବିଜେପୁର ଏସଏଚଜି ଭବନ ଠାରେ ବିଜେପୁର ବ୍ଲକ ବରିଷ୍ଠ ନାଗରିକ ସଂଘ ତରଫରୁ “ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ” ପାଳିତ ହୋଇଯାଇଛି । ଶ୍ରୀଯୁକ୍ତ ନବକିଶୋର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଜେପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ମିଶ୍ର ଉପସ୍ଥିତ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ବରଗଡ଼ ଜିଲ୍ଲା ସଂଘ ସମ୍ପାଦକ ଶ୍ରୀଯୁକ୍ତ ଗୋବିନ୍ଦ ଦାଶ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ମୁରାରୀ ପ୍ରସାଦ ସାହୁ ଓ ପୂର୍ବତନ ଜିଲ୍ଲା କୃଷି ଅଧିକାରୀ ଶ୍ରୀଯୁକ୍ତ ଅମିୟ କୁମାର ସାହୁ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ବକ୍ତବ୍ୟ ରଖିଥିଲେ। ମାଁ ସମଲେଇଙ୍କ ପୂଜାର୍ଚ୍ଚନା ପରେ ସଂଗଠନର ଉପଦେଷ୍ଟା ଡଃ ତହସିଲ ସାହୁ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।

ଏହି ଅବସରରେ ହାଇସ୍କୁଲ, +୨ କଲେଜ ଓ +୩ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ପୂର୍ବରୁ କରାଯାଇଥିବା ପ୍ରବନ୍ଧ ଲିଖନ, ତର୍କ ଓ କୁଇଜ୍ ପ୍ରତିଯୋଗିତା ଗୁଡିକର କୃତୀ ପ୍ରତିଯୋଗୀଙ୍କୁ ପୁରଷ୍କୃତ କରାଯିବା ସହିତ ୯୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଶ୍ରୀଯୁକ୍ତ କେଶବ ଷଡ଼ଙ୍ଗୀ, ଶ୍ରୀଯୁକ୍ତ କଲଦାର ତାଣ୍ଡି, ଶ୍ରୀମତୀ ବିଶାଖା ସେଠ ଓ ଶ୍ରୀଯୁକ୍ତ ନିତ୍ୟାନନ୍ଦ ସା’ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନାର ଉତ୍ତର ଦେବାକୁ ଯାଇ ଶ୍ରୀଯୁକ୍ତ ନିତ୍ଯାନନ୍ଦ ସା’ ମହୋଦୟ ବରିଷ୍ଠ ନାଗରିକଙ୍କୁ ଏଭଳି ସମ୍ମାନ ପ୍ରଦାନ କରିବା ଅଭିନବ ପରମ୍ପରା ଓ ଏହାଦ୍ବାରା ସମାଜରେ ସୁଦୂରପ୍ରସାରୀ ପ୍ରଭାବ ପଡ଼ିବ ବୋଲି ନିତ୍ୟାନନ୍ଦ ସା’ ପ୍ରତତ୍ୟୁତ୍ତରରେ ମତବ୍ୟକ୍ତ କରିଥିଲେ । ସଦସ୍ୟା ସୁଶ୍ରୀ ପ୍ରତିମା ଗୁରୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ସମ୍ପାଦକ ପ୍ରଦୀପ କୁମାର ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top