ପଥର୍ଲା ୟୁଜିଏଚଏସ ରେ ସୁରଭି କାର୍ଯ୍ୟକ୍ରମ

ପଥର୍ଲା ୟୁଜିଏଚଏସ ରେ ସୁରଭି କାର୍ଯ୍ୟକ୍ରମ

ବିଜେପୁର : ଅଦ୍ୟ ତା.୧୪.୧୦.୨୦୨୫ ମଙ୍ଗଳବାର ଦଈ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ପଥର୍ଲା ଠାରେ ପଥର୍ଲା କ୍ଲଷ୍ଟର ସ୍ତରୀୟ ଶିକ୍ଷା ତଥା ମନୋରଞ୍ଜନ ଧର୍ମୀ ଓଡିଶା ସରକାର ଙ୍କ ଅବିନବ କାର୍ଯ୍ୟକ୍ରମ ସୁରଭି କାର୍ଯ୍ୟକ୍ରମ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ହେମନ୍ତ କୁମାର ଅରୁକଙ୍କ ଆବାହନ କ୍ରମେ ସ୍ଥାନୀୟ ପ୍ରଧାନ ଶିକ୍ଷକ ବାବୁଲାଲ ମହାନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ତପସ୍ୱିନୀ ପଧାନ, ଗ୍ରାମର ଗୌନ୍ତିଆ ତଥା ବିଦ୍ୟାଳୟର ଜମିଦାତା ଇରେନ ସାହୁ ଆସନାଳଙ୍କୃତ କରିଥିଲେ । କାର୍ଯ୍ୟକ୍ରମରେ କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରୁ ଶତାଧିକ ପ୍ରତିଯୋଗୀ ଛାତଛାତ୍ରୀ ଭାଗ ନେଇଥିଲେ । ପିଲାଙ୍କ ଅନ୍ତର୍ନିହିତ ଗୁଣାବଳୀର ପରିପ୍ରକାଶ କରିବାରେ ସହାୟକ ଉକ୍ତ କାର୍ଯ୍ୟକ୍ରମରେ ଚିତ୍ରାଙ୍କନ ଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ସହ ସମ୍ପର୍କିତ ଚିତ୍ରକଳା, ଶିଳ୍ପାକଳା, 2036 ମସିହା ସୁଦ୍ଧା ସମୃଦ୍ଧ ଓଡ଼ିଶାର ରୂପରେଖ, କୃତ୍ରିମ ବୁଦ୍ଧିମତା ଶିକ୍ଷଣ, କଳା, ସଂସ୍କୃତି, ଗଣିତ, ବିଜ୍ଞାନ, ଇତିହାସ, ଭୂଗୋଳ ଇତ୍ୟାଦି ପାଠ୍ୟ ବିଷୟ ସମ୍ବନ୍ଧୀୟ କୁଇଜ, ଉନ୍ନତ ଓଡିଶା ଗଠନରେ ଶିକ୍ଷା (ବୈଶାୟିକ ଓ ଧନ୍ଦାମୂଳକ )କୁ ନେଇ ବକ୍ତୃତା, ଦେଶାତ୍ମବୋଧକ ସଂଗୀତ, ହସ୍ତାକ୍ଷର, ଲୋକକଳାକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦି ଏଥିରେ ସ୍ଥାନ ପାଇଥିଲା । କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀ ସହଯୋଗର ହାତ ବଢ଼ାଇଥିଲେ । ଭୋଜନ ବ୍ୟବସ୍ଥାରେ ଅଚ୍ୟୁତାନନ୍ଦ ମାଝୀ, କେଶବ ସାହୁ, ସୁଦାମ ନାଏକ, ମଞ୍ଚପରିଚାଳନାରେ ଭୋଜରାଜ ମଲ୍ଲିକ ଏବଂ ଦିବ୍ୟସିନୀ ପଧାନ, କାର୍ଯ୍ୟକ୍ରମ ପରିଚାଳନାରେ ଲୋକରାମ ପଧାନ, ଶିବାନନ୍ଦ ଭୁଏ, ଦୀପାଳି ମେହେର, କବିତା ବେହେରା, ପ୍ରଭାସିନୀ ଭୋଇ, ଜୟନ୍ତୀ ରାଉତ, ସାନ୍ତ୍ୱନା ଗଡ଼ତ୍ୟା, ରୁଦ୍ରପ୍ରତାପ ମେହେର, ଜୟପ୍ରକାଶ ଗିରି, ଯଶୋବନ୍ତ ପଧାନ, ଚୌଧୁରୀ ମହାନନ୍ଦ, ପୁଷ୍ପାଞ୍ଜଳି ବିଶି, ପ୍ରସନ୍ନ ଧାରୁଆ, ରାଜେଶ ମେହେର, ସିମ୍ପଲ ବିଶ୍ୱାଳ, ଭାଗିରଥି ବରିହା, ବୈଦ୍ୟନାଥ ମେହେର, ଆଶ୍ରାଣୀ ସାଏ, ମୋହନ ସାହୁ, ମମତା ଭୁଏ, ଅନନ୍ତ ଧାରୁଆ, ଚୌତରା ବିଶି, ସୌଦାମିନୀ ସାହା, ପ୍ରଶାନ୍ତ ସାହୁ ଆଦି ଶିକ୍ଷକ/ଶିକ୍ଷୟତ୍ରୀ ସହଯୋଗ କରିଥିଲେ । ଗ୍ରାମର ଭଦ୍ରବ୍ୟକ୍ତି ତଥା ଶିକ୍ଷାପ୍ରେମୀ, ଶିକ୍ଷାବିତ, ତଥା ଅଞ୍ଚଳବାସୀ କାର୍ଯ୍ୟକ୍ରମରେ ଯୋଗଦାନ ପୂର୍ବକ ଛାତ୍ରଛାତ୍ରୀଙ୍କ ଉତ୍ସାହିତ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top