

ସମ୍ବର୍ଦ୍ଧିତ ହେଲେ ପ୍ରଜ୍ଞାଶ୍ରୀ ସମ୍ମାନରେ ୫ ଶିକ୍ଷାର୍ଥୀ ଓ ବିଏସଏଫ ଯବାନ
ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ବୁଡାପାଲିରେ କ୍ଲଷ୍ଟରସ୍ତରୀୟ ଶିଶୁ ପ୍ରତିଭା ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି ।ଜାରିଂ କ୍ଲଷ୍ଟର ପକ୍ଷରୁ ଆୟୋଜିତ ଏହି ଉତ୍ସବକୁ ସ୍ଥାନୀୟ ସ୍କୁଲ ପରିଚାଳନା କମିଟିର ଉପାଧ୍ୟକ୍ଷା ଭଗବତୀ ବଗର୍ତ୍ତୀ ଉଦଘାଟନ କରିଥିଲେ । ସିଆରସିସି ରାଜେଶ୍ବର ବେହେରାଙ୍କ ଆବାହକତ୍ବ ତଥା ସ୍ଥାନୀୟ ସ୍କୁଲର ପ୍ରଧାନଶିକ୍ଷକ ବିଜୟ ରଞ୍ଜନ ମେହେରଙ୍କ ଅଧ୍ୟକ୍ଷତାରେ ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା । ଅଲିଭା ପ୍ରଧାନ, ସଞ୍ଜୁ ମେହେର, ପମି ସାହୁ, ଅଂଶିକା ପଧାନ, ନନ୍ଦିନୀ ସାହୁ, ସଞ୍ଜନା ବଗର୍ତ୍ତୀ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ ।ଦଶମ ଶ୍ରେଣୀ ଛାତ୍ର ଦେବାଶିଷ ସାହୁ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ସିଆରସିସି ରାଜେଶ୍ବର ବେହେରା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ, ଶିକ୍ଷୟିତ୍ରୀ ମୈଦିଳୀ ମେହେର ସଭାକୁ ସଂଯୋଜନା କରିଥିଲେ। ସ୍ବର୍ଣ୍ଣପ୍ରଭା ମେହେର ଓ ଧନ୍ୟବାଦ ଅର୍ପଣ କରିଥିଲେ । ପରେ କୁଇଜ୍, ଗଳ୍ପ କଥନ, ସଙ୍ଗୀତ, ଚିତ୍ରାଙ୍କନ, ବକୃତା, ବିତର୍କ, ପ୍ରବନ୍ଧ ଲିଖନ, ସୃଜନଶୀଳ ଲିଖନ, ଶିଳ୍ପ କଳା ଓ ଚିତ୍ରକଳା, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।


ଦିଲ୍ଲୀପ କୁମାର ପୁରୀ, ଭାଦ୍ରବ ପାଣ୍ଡେ, ଗେହ୍ଲାମଣି ମଲ୍ଲିକ, ଟି.ଗଣ୍ଡପାଲି ସିଆରସିସି ପ୍ରଭାତ ରଂଜନ ସାହୁ, ଟିଟୋରାମ ଲୁହା, ସବିତା ଭୋଇ, ଗହକିଲାଲ ନାଏକ, ଚନ୍ଦ୍ରକଳା ଦାଶ, ଲିଲିମା ମେହେର, ବିକାଶ ଚନ୍ଦ୍ର ଗଡତୀୟା, ପ୍ରେମରାଜ ରଣା, ବାହାଦୁର ପଧାନ, ମିନାକ୍ଷୀ ରାଣୀ ରାଉତ, ଅଶୋକ କୁମାର ସ୍ବାଇଁ, ରତ୍ନ ଭୋଇ, ରାଜୀବ ଲୋଚନ ଦାଶ, ଟିକେଶ୍ବରୀ ସେଠ, ଅନ୍ତର୍ଯ୍ୟାମୀ ଭୋଇ, ରୋହିତ ସାହୁ, ଅଭିଷେକ ଦାଶ, ଜଗଦୀଶ ପଧାନ, ମୈଥିଳୀ ମେହେର, ସ୍ବର୍ଣ୍ଣପ୍ରଭା ମେହେର, କେଶବ ମେହେର, ବାସୁଦେବ ସାହୁ, ଜୟନ୍ତ ବିଶି, ଜୟକିଶନ ବଢେଇ ପ୍ରମୁଖ ବିଚାରକ ଦାୟିତ୍ବ ସଂପାଦନ କରିଥିଲେ । ପ୍ରତି ବିଭାଗର ଶ୍ରେଷ୍ଠ ପ୍ରତିଯୋଗୀଗଣ ବ୍ଲକସ୍ତରୀୟ ସୁରଭିକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ଉଦଯାପନୀ ସମାରୋହରେ ସ୍କୁଲ ଚେୟାରମେନ ତୁଳାକାନ୍ତ ସାହୁ ଅତିଥି ଭାବେ ଯୋଗଦେଇ ଥିଲେ ।


ଏହି ଅବସରରେ ୨୦୨୩-୨୪ ଶିକ୍ଷା ବର୍ଷରେ ଜାରିଂ କ୍ଲଷ୍ଟରର ତୃତୀୟ ଓ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ କୃତିତ୍ବ ହାସଲ କରିଥିବା କ୍ଷେତରପଡାର ଓମ ପ୍ରକାଶ ସାହୁ, ନିଶିକାନ୍ତ ବିଶ୍ବାଳ, ଜାରିଂ ନୋଡାଲର ତୋଷନ ପଧାନ ଓ ଆକୃତି ପାଣ୍ଡେ, ଲେମଧର ସେବାଶ୍ରମର ପ୍ରୀତି ରଣା ପ୍ରମୁଖଙ୍କୁ ତାଙ୍କର ମାତାପିତାଙ୍କ ଗହଣରେ ସ୍ମାରକୀ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ମାତାପିତାଙ୍କୁ ମଧ୍ୟ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ସେହିପରି ବୁଡାପାଲି ହାଇସ୍କୁଲର ପୁରାତନ ଛାତ୍ରୀ ତଥା ବିଏସଏଫରେ ନୂତନ ଭାବେ ତାଲିମ ପ୍ରାପ୍ତ ଭୈରୋପୁରର ମିଲି ଭୋଇଙ୍କୁ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । କୁନି ପ୍ରତିଭା ଅନ୍ୱେଷଣର ନିଆରା ମାଧ୍ୟମ ସୁରଭି ବୋଲି ମତପ୍ରକାଶ ପାଇଥିଲା । କମଳ ଛତର, ଟିଟୋରାମ ଲୁହା ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ । ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମକୁ କୁନି ସଂଯୋଜିକା ରୀନା ଭୁଏ ପରିଚାଳନା କରିଥିଲେ । ଅଶୋକ ପାଣ୍ଡେ, ଆନନ୍ଦ ଚନ୍ଦ୍ର ପୁଜାରୀ, ପ୍ରସନ୍ନ ଭୋଇ, ରାଜୀବ ସେଠ, ସଂକୀର୍ତ୍ତନ ବିଶିଙ୍କ ସମେତ କ୍ଲଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।





