

ବିଭିନ୍ନ ଦୁର୍ଗାପୂଜା ମେଢ ପରିଦର୍ଶନ କଲେ ମାନ୍ୟବର ସାଂସଦ ପ୍ରଦୀପ ପୁରୋହିତ
ବିଜେପୁର : ବରଗଡ ଜିଲ୍ଲାରେ ଚଳିତ ପାର୍ବଣର ଶାରଦୀୟ ଦୂର୍ଗାପୂଜା ଅବସରରେ ଅନେକ ସ୍ଥାନରେ ଦୁର୍ଗାପୂଜା କାର୍ଯ୍ୟକ୍ରମ ସହିତ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ ହାତକୁ ନେଇ ଏହାର ସୁ-ପରିଚାଳନା ସହିତ ଦାୟିତ୍ବ ସମ୍ପାଦନରେ ଲାଗିପଡିଛନ୍ତି ବିଭିନ୍ନ ପୂଜା କମିଟୀ ତଥା ଭକ୍ତଗଣ । ଏହି ଅବସରରେ ଅଞ୍ଚଳର ଲୋକଙ୍କ ସୁଖ ଦୁଃଖର ସାଥି ହୋଇ ସେମାନଙ୍କ ସହିତ ସଦାସର୍ବଦା ଜଡିତ ଥିବା ନିଦର୍ଶନରେ ରବିବାର ଦିନ ବିଭିନ୍ନ ଦୁର୍ଗାପୂଜା ମେଢ ପରିଦର୍ଶନ ପରେ ବିଜେପୁର ପହଞ୍ଚିଥିଲେ ମାନ୍ୟବର ବରଗଡ଼ ଲୋକସଭା ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ମହାଶୟ । ବିଜେପୁର ପୂଜା ମେଢରେ ମାଆ ଦୁର୍ଗାଙ୍କ ଭୟଙ୍କର ବେଶରେ ସନ୍ତାନମାନଙ୍କ ପ୍ରତି ଅମୃତମୟୀ ମମତା ଫୁଟିଉଠୁଥିଲା ।


ଏତିକି ବେଳେ ମାଆଙ୍କୁ ପୂଜାର୍ଚ୍ଚନା ପୂର୍ବକ ସମସ୍ତଙ୍କର ଶୁଭ ଚିନ୍ତନରେ ସୁଖ ସମୃଦ୍ଧି ପାଇଁ ମମତାମୟୀ ଠାରୁ ଶୁଭାଶୀର୍ବାଦ କାମନା କରିଥିଲେ ସାଂସଦ ଶ୍ରୀ ପୁରୋହିତ । ମାଆଙ୍କର ଦର୍ଶନ ପରେ ପୂଜା କମିଟୀ ସମେତ କମିଟି ସଭାପତି ତଥା ମାନ୍ୟବର ବିଜେପୁର ବିଧାୟକ ଶ୍ରୀଯୁକ୍ତ ସନତ କୁମାର ଗଡତୀୟାଙ୍କ ସହିତ ସାକ୍ଷାତ କରି ଅଞ୍ଚଳର ବିକାଶ ଉପରେ ଆଲୋଚନା ପୂର୍ବକ ପରମ୍ପରା ଓ ସଂସ୍କୃତି ଜଡିତ ଦୁର୍ଗାପୂଜା କାର୍ଯ୍ୟକ୍ରମକୁ ସ୍ବାଗତ କରିବା ସହିତ ସକ୍ରିୟ ଅଂଶଗ୍ରହଣକାରୀ ଆୟୋଜକ ମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ଭାଇଚାରା ରହିତ ଏହି କାର୍ଯ୍ୟକ୍ରମରେ ସାଂସଦଙ୍କ ପରିଦର୍ଶନକୁ ସ୍ଥାନୀୟ ପୂଜା କମିଟୀ ତଥା ଜନସାଧାରଣଙ୍କ ଦ୍ବାରା ଆନ୍ତରିକ ସ୍ବାଗତ କରାଯାଇଥିବା ବେଳେ ବିକାଶମୂଳକ କାର୍ଯ୍ୟରେ ସଦାସର୍ବଦା ସହଯୋଗ କରିବା ସହିତ ସେ ସମସ୍ତଙ୍କ ଶୁଭ ଚିନ୍ତନରେ ମାଆ ଦୁର୍ଗାଙ୍କ ଶୁଭାଶୀର୍ବାଦ କାମନା କରିଛନ୍ତି ବୋଲି ଜନସାଧାରଣଙ୍କୁ ଆଶ୍ବାସନା ଦେଇଥିଲେ ।



