ବିଜେପୁରରେ ମାଁ ତାରିଣୀଙ୍କ ନବରାତ୍ର ଉତ୍ସବ

ବିଜେପୁରରେ ମାଁ ତାରିଣୀଙ୍କ ନବରାତ୍ର ଉତ୍ସବ

ବିଜେପୁର : ବରଗଡ ଜିଲ୍ଲା ବିଜେପୁର ଆନନ୍ଦନଗର ଶ୍ରୀ ଶ୍ରୀ ମାଁ ତାରିଣୀ ପୀଠରେ ଶାରଦୀୟ ନବରାତ୍ର ପୂଜା ଅବସରରେ ଆଜି ସପ୍ତମୀ ତିଥିରେ କାଳରାତ୍ରୀ ରୂପେ ମାଆଙ୍କର ପୂଜାର୍ଚ୍ଚନା ଚାଳିଛି । କର୍ତ୍ତା ଭାବରେ ଶ୍ରୀଯୁକ୍ତ ହରେକୃଷ୍ଣ ସେନାପତି ଓ ତାଙ୍କ ସହଧର୍ମିଣୀ ଶ୍ରୀମତୀ ସୌଦାମିନୀ ସେନାପତି ଦାୟିତ୍ବ ବହନ କରିଥିବା ବେଳେ ପୂଜା ଉତ୍ସବରେ ମାଆଙ୍କର ଭୟଙ୍କର ବେଶ ଭିତରେ ସନ୍ତାନମାନଙ୍କ ପ୍ରତି ଅମୃତମୟୀ ମମତା ଜଳଜଳ ଦେଖାଯାଉଛି ଯାହା ଭକ୍ତ ମାନଙ୍କ ଦୃଢ ଆସ୍ଥା ଓ ବିଶ୍ବାସ ଅଞ୍ଚଳରେ ଆବେଗିକ ଆନନ୍ଦ ଭରିଦେଇଛି । ଝାଙ୍କର ପଦ୍ମନ ରାଏ, ଦେହେରୀ ଖୁନ୍ଦୁଲୁ ସମରଥ, ପ୍ରେମରାଜ ପଟେଲଙ୍କ ସମେତ ପୂଜା କମିଟୀଙ୍କ ସହଯୋଗରେ ନିୟମିତ କାର୍ଯ୍ୟକ୍ରମ ଆଗେଇ ଚାଳିଛି ।

Leave a Comment

Your email address will not be published. Required fields are marked *

Scroll to Top