ଭାଗବତ ଟୁଙ୍ଗୀ ସୁରକ୍ଷା ସମିତିର ସାଧାରଣ ବୈଠକ

ଭାଗବତ ଟୁଙ୍ଗୀ ସୁରକ୍ଷା ସମିତିର ସାଧାରଣ ବୈଠକ

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ବ୍ଲକ ଭାଗବତ ଟୁଙ୍ଗୀ ସୁରକ୍ଷା ସମିତିର ଏକ ସାଧାରଣ ବୈଠକ ଅବସରରେ ସେବାପକ୍ଷ ପାଳିତ ହୋଇଯାଇଛି । ଲଲିତା ଖର୍ସେଲ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ବିଡିଓ ଜ୍ୟୋତିର୍ମୟୀ ପ୍ରଧାନଙ୍କ ସହିତ ଏବିଡିଓ ରୂପେଶ ନାୟକ, ଜିଲ୍ଲା ସଭାପତି ରଜନୀକାନ୍ତ ଆଚାର୍ଯ୍ୟ, କାର୍ଯ୍ୟକାରୀ ସଭାପତି ହୁଲାସ ମହନ୍ତ, ସମ୍ପାଦକ ପଦ୍ମଚରଣ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ରମେଶ ସୁନା, ଭାସ୍କର ମଗର, ସଦାନନ୍ଦ ଛତ୍ରୀଆ, ସୁଗ୍ରୀବ ବାଗ, ଦୀପକ ବାରିକ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ । ସେବା ପକ୍ଷରେ ବୃକ୍ଷରୋପଣ, ମନ୍ଦିର ସଫେଇ, ଶ୍ରୀ ଭାଗବତ ପୂଜନ ଓ ଗଠନ କରାଯାଉ ବୋଲି ବିଡିଓ ମହୋଦୟ କରିଥିବା ବେଳେ, କଳାକାରମାନେ ନିଜ ନିଜର ଅସୁବିଧା ଆମକୁ ଜଣାଇବେ ବୋଲି ଏବିଡିଓ ମନ୍ତବ୍ୟ ଦେଇଥିଲେ । ଟୁଙ୍ଗୀ ସୁରକ୍ଷା, ଅଙ୍ଗଦାନ ସଚେତନତା ଆଦି ଉପରେ ଅତିଥିଗଣ ମତ ମନ୍ତବ୍ୟ ଦେଇଥିଲେ । ସଭାରେ କିର୍ତ୍ତନ୍ୟ, ସଂଚାର ଆଦି ପରିବେଷିତ ହୋଇଥିବା ବେଳେ, ପ୍ରସାର ଭାରତୀ ସଙ୍ଗୀତ ନିର୍ଦ୍ଦେଶକ ରମେଶ ସୁନାଙ୍କ ନୂଆଁଖାଇ ଗୀତ ଗାୟନ ସମସ୍ତଙ୍କୁ ମନ୍ତ୍ରଗୁଧ କରିଥିଲା ।

Leave a Comment

Your email address will not be published. Required fields are marked *

Scroll to Top