

ଭାଗବତ ଟୁଙ୍ଗୀ ସୁରକ୍ଷା ସମିତିର ନୂଆଁଖାଇ ଭେଟଘାଟ
ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ନୂଆଁହାଟ ପଡ଼ିଆ ଠାରେ ଲେଫ୍ରିପଡା ଭାଗବତ ଟୁଙ୍ଗୀ ସୁରକ୍ଷା ସମିତିର ବୈଠକ ଅବସରରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ରଜନୀକାନ୍ତ ଆଚାର୍ଯ୍ୟଙ୍କ ସଭାପତିତ୍ବରେ ଅତିଥି ଭାବେ ବଣାଇ ସମ୍ପାଦକ ପଦ୍ମଲୋଚନ ଆଚାର୍ଯ୍ୟ, ଜିଲ୍ଲା କୋଷାଧ୍ୟକ୍ଷ ତଥା ପ୍ରସାର ଭାରତୀ ସଙ୍ଗୀତ ନିର୍ଦ୍ଦେଶକ ରମେଶ ସୁନା, କୁତ୍ରାର ପାଲାଗାୟୀକା ପଦ୍ମାବତୀ କିସାନ, ରାଉରକେଲା ଜନଜାଗରଣର କେସବ ସାହୁ, ଟିଭି କଳାକାର ହୁଲାସ ମହାନ୍ତ ଉପସ୍ଥିତ ଥିବା ବେଳେ ପ୍ରଥମେ ସେମାନଙ୍କୁ କୃଷ୍ଣଗୁରୁ, ମହିଳା କିର୍ତ୍ତନ୍ୟର ତାଳେ ତାଳେ ପୁଷ୍ପମାଲ୍ୟ, ଉପଢୌକନ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇ ମଞ୍ଚାସୀନ କରାଯାଇଥିଲା । ଭାଗବତ ଟୁଙ୍ଗୀ ଗଠନ ଓ ସୁରକ୍ଷା, ସମାଜ ପାଇଁ ଅଙ୍ଗଦାନ, ସରକାରଙ୍କ ଅନୁଦାନ, ସମିତି ପଞ୍ଜିକରଣ, ଆଦି ବିଷୟରେ ଆଲୋଚନା ହୋଇଥିବା ବେଳେ ନୂଆଁଖାଇ ଜୁହାର, ଆଶିର୍ବାଦ ଆଦାନ ପ୍ରଦାନରେ ଏକ ଆନ୍ତରିକ ଭାବମୟ ପରିବେଶ ସୃଷ୍ଟି ହୋଇଥିଲା । ବ୍ଲକ ଉପ ସଭାପତି ସୁନୀତା ପଟେଲ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ କଳାକାରଗଣ ପାରମ୍ପରିକ ନୂଆଁଖାଇ ଗୀତ ଗାୟନ ପୂର୍ବକ ପାରମ୍ପରିକ ନୃତ୍ୟ ପରିବେଷଣ କରି ଆମୋଦ ନେଇଥିଲେ । ସଙ୍ଗୀତର ତାଳେ ତାଳେ ସମସ୍ତେ ଝୁମି ଝୁମି ନୂଆଁଖାଇ ଭେଟଘାଟ ଅବସରକୁ ବିତାଇ ଥିଲେ ।





