

ବିଜେପୁର ମହାବିଦ୍ୟାଳୟରେ ଏନଏସଏସ କ୍ୟାମ୍ପ
ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ମହାବିଦ୍ୟାଳୟରେ ଏନଏନଏସ ୟୁନିଟ ତରଫରୁ ଅନନ୍ତ ପୂଜା ଉପଲକ୍ଷେ ଏକ ସ୍ବତନ୍ତ୍ର ସାତ ଦିନିଆ ଶିବିର ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିନ ସକାଳ ସମୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ମିଶ୍ର ପତାକା ଉତ୍ତୋଳନ କରି ଶିବିରକୁ ଉଦଘାଟନ କରିବା ପରେ ଏନଏନଏସ ର ଉପକାରିତା ବିଷୟରେ ଅଭିଭାଷଣ ଦେଇ ସ୍ବେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ । ଶିବିରରେ ଅତିଥି ଭାବେ ଅଧ୍ୟକ୍ଷ ଶ୍ରୀଯୁକ୍ତ ମିଶ୍ରଙ୍କ ସମେତ ପ୍ରୋଗ୍ରାମ ଅଫିସର ଶ୍ରୀମତୀ ପ୍ରତୀକ୍ଷା ସେଠ, ଅନ୍ୟତମ ଏନଏସଏସପି ଶ୍ରୀମାନ ରବିକାନ୍ତ ମହାନନ୍ଦ, କ୍ରୀଡା ଶିକ୍ଷକ ସାନନ୍ଦ ସେଠ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ତାର ପରଦିନ ଅଗ୍ନି ସେବା ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ଭକ୍ତ ଚରଣ ତାଣ୍ଡିଆଙ୍କ ସମେତ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଅନେକ ଗୁଡ଼ିଏ ତଥ୍ୟ ପ୍ରଦାନ କରି ସ୍ୱେଚ୍ଛାସେବୀ ମାନଙ୍କୁ ଆହୁରି ଉତ୍ସାହିତ କରିଥିଲେ । ପରବର୍ତ୍ତୀ ଦିନ ମାନଙ୍କରେ ଉଦ୍ୟାନ କୃଷି ବିଭାଗର ଏଏଚଓ ଶ୍ରୀଯୁକ୍ତ ନିରଞ୍ଜନ ଦ୍ବିବେଦୀ ଓ ଏଚଇଡବ୍ଲୁ ଦୀପିକା ପାତ୍ର ଉପସ୍ଥିତ ରହି ବୃକ୍ଷରୋପଣ ଓ ଏହାର ରକ୍ଷଣାବେକ୍ଷଣ ବିଷୟରେ ସ୍ବେଚ୍ଛାସେବୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇ ଉତ୍ସାହିତ କରିଥିଲେ । କରାଟେ ରେ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାରପ୍ରାପ୍ତ କରାଟେ ପ୍ରଶିକ୍ଷକ ଶ୍ରୀମାନ ଗଜେନ୍ଦ୍ର ମେହେର ଏନଏନଏସ ର ସ୍ବେଚ୍ଛାସେବୀ ମାନଙ୍କୁ ଆତ୍ମସୁରକ୍ଷା ନିମିତ୍ତ ଅନେକ ଗୁଡ଼ିଏ କୌଶଳ ପ୍ରଦାନ କରିଥିଲେ । ଅନନ୍ତ ପୂଜା ଅବସରରେ ଆୟୋଜିତ ଜଳନ୍ଧର ମହାରାଜାଙ୍କ ଦରବାରରେ ସ୍ବେଚ୍ଛାସେବୀ ମାନେ ତିନି ଦିନ ବ୍ୟାପି ନୃତ୍ୟଗୀତ ପ୍ରଦର୍ଶନ କରିଥିଲେ । ଶିବିରର ଶେଷ ରଜନୀରେ ଏନଏନଏସ ସ୍ବେଚ୍ଛାସେବୀ ଓ ପ୍ରୋଗ୍ରାମ ଅଫିସର୍ ଶ୍ରୀମତୀ ପ୍ରତୀକ୍ଷା ସେଠଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ମିଶ୍ର ସଭାପତିତ୍ବ କରିଥିବା ବେଳେ କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ ସେଠ, ଗ୍ରନ୍ଥାଗାର ଦାୟୀତ୍ବରେ ଥିବା ଶ୍ରୀମତୀ ରାଜଶ୍ରୀ ସାହୁ, ଇଂରାଜୀ ବିଭାଗର ସୁଶ୍ରୀ ମାନସୀ ମହାରଣା ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ । ସାଂସ୍କୃୁତିକ କାର୍ଯ୍ୟକ୍ରମରେ ପ୍ରଭାତ, ରାଜେଶ୍, ଶଶି, ସୁଦୟ, ମାନସ, ପ୍ରଶାନ୍ତ, ସୌରଭ, ଚନ୍ଦ୍ରକାନ୍ତ , ଈଶ୍ୱର, ଚିନ୍ମୟୀ, ଶ୍ରାବଣୀ, ଦିବ୍ୟା, ଜ୍ୟୋତି, ପାୟଲ, କରିନା ଉପସ୍ଥିତ ଥିବା ବେଳେ ନୃତ୍ୟରେ ରାଜେଶ, ଦେବାଶିଷ, ସୁଦୟ , ରୋସନ୍, କରୀନା, ପାୟଲ, ଜ୍ୟୋତି, ନିରୁପମା, ମନିଷା ଶ୍ରାବଣୀ, ଅଂଶ ଗ୍ରହଣ କର ସାଂସ୍କୃତିକ କାର୍ଯ୍ୟକ୍ରମକୁ ରଙ୍ଗୀନ କରିଥିଲେ । ଶିବିରରେ ସ୍ବେଚ୍ଛାସେବୀ ମାନେ ଅଂଶଗ୍ରହଣ କରି ବିଭିନ୍ନ ଶିକ୍ଷଣୀୟ ବିଷୟରେ ଦକ୍ଷତା ହାସଳ କରିଥିଲେ । ଉଦଯାପନୀ ଉତ୍ସବରେ ସମସ୍ତେ ଅଂଗ୍ନି ଦେବତା ଆଗରେ ପ୍ରାର୍ଥନା ପରେ ସଙ୍ଗୀତର ସୁରତାଳ ଲୟ ନୃତ୍ୟରେ ମଜ୍ଜି ଯାଇ କିଛି ଅଭୁଲା ମୂହୁର୍ତ୍ତ ଅତିବାହିତ କରିଥିଲେ ।





