ଧର୍ମ ପରାୟଣ ମହିଳାଙ୍କ ପରଲୋକ

ଧର୍ମ ପରାୟଣ ମହିଳାଙ୍କ ପରଲୋକ

ଗାଇସିଲେଟ : ବରଗଡ ଜିଲ୍ଲା ଗାଇସିଲେଟ ନିବାସୀ ସୁନାମଧନ୍ୟ ଫର୍ମାସିଷ୍ଟ ସନ୍ତୋଷ କୁମାର ପୁରୋହିତଙ୍କ ସହଧର୍ମିଣୀ ଜାହ୍ନବୀ ପୁରୋହିତଙ୍କ ୭୫ ବର୍ଷ ବୟସରେ ସେପ୍ଟେମ୍ବର ୧୧ ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ବରଗଡ ସ୍ଥିତ ବାସଭବନରେ ସ୍ବାଭାବିକ ଭାବେ ପରଲୋକ ଘଟିଛି । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ସେ ତାଙ୍କ ପଛରେ ତାଙ୍କ ତିନି ପୁଅବୋହୂ ସଞ୍ଜିବ, ସୁନୀଳ, ସୁଜିତ ଓ ନଳନୀ, ଶିଲ୍ପା, କୁନୁ, ଦୁଇ ଝିଅ ନିବେଦିତା ଓ ନିହାରିକା ସମେତ ନାତିନାତୁଣୀମାନଙ୍କୁ ଛାଡି ଚାଲିଯାଇଛନ୍ତି । ସନ୍ତୋଷ କୁମାର ପୁରୋହିତ ବିଜେପୁର ବ୍ଲକ ଅନ୍ତର୍ଗତ ପହଣ୍ଡି ଗ୍ରାମର ମୂଳ ବାସିନ୍ଦା ଅଟନ୍ତି । ପରିବାରବର୍ଗ ସେମତ ବନ୍ଧୁ ପରିଜନ ଉପସ୍ଥିତ ରହି ଶେଷ ଦର୍ଶନ କରିଥିବା ବେଳେ ଜ୍ୟେଷ୍ଠପୁତ୍ର ସଞ୍ଜିବ ମୁଖାଗ୍ନୀ ଦେଇଥିଲେ ।

Leave a Comment

Your email address will not be published. Required fields are marked *

Scroll to Top