ବରିଷ୍ଠ ନାଗରିକ ସଙ୍ଘର ନୂଆଁଖାଇ ଭେଟଘାଟ

ବରିଷ୍ଠ ନାଗରିକ ସଙ୍ଘର ନୂଆଁଖାଇ ଭେଟଘାଟ

ବିଜେପୁର : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ପୁଖାମୁଣ୍ଡା ଶିବ ମନ୍ଦିର ପ୍ରାଙ୍ଗଣରେେ ବିଜେପୁର ବରିଷ୍ଠ ନାଗରିକ ସଙ୍ଘ ତରଫରୁ ବ୍ଲକ ସ୍ତରୀୟ ନୁଆଁଖାଇ ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଭାପତି ଶ୍ରୀଯୁକ୍ତ ନବକିଶୋର ସାହୁଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ସଂଗଠନର ସମସ୍ତ ସଭ୍ୟ/ସଭ୍ୟାଙ୍କ ସହିତ ଅବସରପ୍ରାପ୍ତ ଡାକ୍ତର ଶ୍ରୀଯୁକ୍ତ ଦେବାନନ୍ଦ ଭୋଇ, କ୍ରାନ୍ତିକବି ହରିଲାଲ ସାହୁ, ଶିକ୍ଷାବିତ୍ ତଥା ମନ୍ଦିର କମିଟୀ ସମ୍ପାଦକ ହାରାଧନ ପଟେଲ ଅତିଥି ଭାବରେ ଯୋଗଦାନ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଡାକ୍ତର ତହସିଲ ସାହୁ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ପ୍ରେମରାଜ ପଟେଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ସମ୍ପାଦକ ପ୍ରଦୀପ କୁମାର ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top