

ବିଜେପୁର ବ୍ଲକ ଅଞ୍ଚଳରେ ତୃତୀୟ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ
ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ୧୨ ଗୋଟି କ୍ଲଷ୍ଟରରେ ତୃତୀୟ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ ଶନିବାର ଅନୁଷ୍ଠିତ ଅନୁଷ୍ଠିତ ହୋଇଯାଇଛି। ଜାରିଂ କ୍ଲଷ୍ଟରର ଲେମଧର ସେବାଶ୍ରମ ବିଦ୍ୟାଳୟରେ ସିଆରସିସି ରାଜେଶ୍ବର ବେହେରାଙ୍କ ଆବାହକତ୍ବ ତଥା ସ୍ଥାନୀୟ ସ୍କୁଲର ପ୍ରଧାନଶିକ୍ଷକ ଅଶୋକ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୁଡାପାଲି ହାଇସ୍କୁଲର ବରିଷ୍ଠ ଶିକ୍ଷକ ସଂକୀର୍ତ୍ତନ ବିଶି,ମାନପୁର ସ୍କୁଲର ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ପୁରୀ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସମ୍ପର୍କିତ ବିଷୟ ଉପରେ ବିଶଦ ଆଲୋଚନା ହୋଇଥିଲା । ଗୋଷ୍ଠୀ ଶିକ୍ଷା ଅଧିକାରୀ ବଲ୍ଲଭ ମେହେର ବୈଠକ ପରିଦର୍ଶନ କରିଥିଲେ । ଶିକ୍ଷକ ଅନ୍ତର୍ଯ୍ୟାମୀ ଭୋଇ, ଶିକ୍ଷୟିତ୍ରୀ ଟିକେଶ୍ବରୀ ସେଠ, ସ୍କୁଲ ପରିଚାଳନା କମିଟି ସଦସ୍ୟ ଶ୍ୟାମ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ କ୍ଲଷ୍ଟରର ୧୦ ଗୋଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଏଫ୍.ଏଲ୍.ଏନ ଶିକ୍ଷୟିତ୍ରୀ ଶିକ୍ଷକ ଯୋଗଦାନ କରିଥିଲେ । ସେହିପରି ତାଳପଦର ସିଆରସିସି ବାସୁଦେବ ପ୍ରଧାନଙ୍କ ଅଧ୍ୟକ୍ଷତାରେ ମୁଣ୍ଡୋମହୁଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ବୈଠକକୁ ସହକାରୀ ଜିଲ୍ଲା ଶିକ୍ଷା ଅଧିକାରୀ ସରୋଜ ଭୁଏ ପରିଦର୍ଶନ କରିଥିଲେ । ସୀତାରାମ ଦୀପ, ଦୁର୍ବାଦଳ ବଡଗୋଛିଆ, ହେମନ୍ତ କୁମାର ଆରୁକ, ପ୍ରକାଶ ମହାନନ୍ଦ, ନବୀନ କୁମାର ସାହୁ, ପ୍ରଭାତ ରଞ୍ଜନ ସାହୁ, ତ୍ରିନାଥ ସେଠ, ସୁଧାଂଶୁ ଶେଖର ଜାଲ, ଡୋଳାମଣି କୁମ୍ଭାର, ପ୍ରଫୁଲ୍ଲ ଭୋଇଙ୍କ ଆବାହକତ୍ବରେ ବିଭିନ୍ନ କ୍ଲଷ୍ଟରରେ ତୃତୀୟ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।



