ଏମ୍.ଗଣ୍ଡପାଲି ବରିଷ୍ଠ ନାଗରିକଙ୍କ ନାଟକ ପ୍ରଦର୍ଶନ

ଏମ୍.ଗଣ୍ଡପାଲି ବରିଷ୍ଠ ନାଗରିକଙ୍କ ନାଟକ ପ୍ରଦର୍ଶନ

ବିଜେପୁର : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଏମ୍.ଗଣ୍ଡପାଲିରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ମହଡ ପଧାନ, ଗୋପାଳଜୀ ପଧାନ, ଜିଲ୍ଲା ସାହୁ, କଳାକାହ୍ନୁ ସାହୁ, ସୁମନ୍ତ ସାହୁ, ନବ କିଶୋର ସାହୁ, ସଦାନନ୍ଦ ସାହୁ ପ୍ରମୁଖ ଭଦ୍ରବ୍ୟକ୍ତିଗଣ ମଞ୍ଚାସୀନ ଥିବା ବେଳେ ବୟୋଜ୍ୟେଷ୍ଠଙ୍କୁ ସମ୍ମାନ ତଥା ନୂଆଁଖାଇ ଜୁହାର୍ ଜଣାଇ ନୂଆଁଖାଇ ଭେଟଘାଟ ପାଳିତ ହୋଇଥିଲା । ସମଗ୍ର କାର୍ଯ୍ୟକ୍ରମକୁ ଅନଙ୍ଗ ବାରିକ ଓ କରୁଣାକର ପଧାନ ପରିଚାଳନା କରିଥିବା ବେଳେ ହେମଚନ୍ଦ୍ର ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହାପରେ ଗ୍ରାମର କୁନି ପ୍ରତିଭାଙ୍କର ନୃତ୍ୟ ପ୍ରଦର୍ଶିତ ହୋଇଥିଲା । କଳା ସଂସ୍କୃତି ପ୍ରେମୀ ଏମ୍.ଗଣ୍ଡପାଲି ଗ୍ରାମ । ଏହି ଗ୍ରାମର ଡାଲଖାଈ ନୃତ୍ୟଶୀଳ୍ପି ସ୍ବର୍ଗତ ଗୁରୁବାରୀ ମିର୍ଦ୍ଧା ଦେଶ ବିଦେଶରେ ନାଆଁ ରଖିଥିବା ବେଳେ ସେ ସମୟର ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧିଙ୍କୁ ପଶ୍ଚିମ ଓଡିଶାର ପାରମ୍ପରିକ ଡାଲଖାଈ ନୃତ୍ୟରେ ନଚେଇଥିଲେ । ଏହି ଅବସରରେ ଏହି କଳାପ୍ରେମୀ ଗ୍ରାମର ନାଟ୍ୟ କଳାକାରମାନେ ପ୍ରାୟ ୩୫ ବର୍ଷରୁ କୌଣସି କାରଣରୁ ଛାଡି ଦେଇଥିବା “ଦାନବୀର ହରିଶ୍ଚନ୍ଦ୍ର” ନାଟକ ପରିଣତ ବୟସରେ ପ୍ରଦର୍ଶନ କରି ଅଞ୍ଚଳରେ ଚାଞ୍ଚଳ୍ୟ ସୃଷ୍ଟି କରିଛନ୍ତି । ନିକଟସ୍ଥ ଡୁମ୍ବେରପାଲି ଗ୍ରାମର ସ୍ବାଗତ ଶିଶୁପାଳ ସାହୁଙ୍କ ଦ୍ବାରା ଲିଖିତ ଏହି ନାଟକର ମ୍ୟାନେଜର ଭାବେ କଳାକାହ୍ନୁ ସାହୁ ଓ ଅଲେଖ ସାହୁ ଦାୟିତ୍ବ ନିର୍ବାହ କରୁଥିବା ବେଳେ ବିଭିନ୍ନ ଭୂମିକାରେ କୌରବ ସାହୁ, ସୁରଥ ସେଟ୍, ଅଶୋକ ପଧାନ, କୁନୁ ସାହୁ, ନବୀନ ପଧାନ, ଲେକୁରୁ ପଧାନ, ହେମଚନ୍ଦ୍ର ସାହୁ, ଟିକୁ ସାହୁ, ବିନୟ ପଧାନ, ଅମନ ପଧାନ, ଦୁର୍ଯ୍ୟୋଧନ ବେହେରା, ସାହେବ ପଧାନ, ସଦାନନ୍ଦ ସାହୁ, ରଞ୍ଜିତ ପଧାନ, ରାଧେବଲ୍ଲଭ ପଧାନ, ମଗଶିର ସାହୁ, ସଦାନନ୍ଦ ସାହୁ, ସତ୍ୟବାନ ସେଟ ଅଭିନୟ କରିଥିଲେ । ଏହା ବ୍ୟତୀତ ନାରୀ ଭୂମିକାରେ ଅଧିକାରୀ ପଧାନ, ଭାଗିରଥି ସେଟ୍, ସାହେବ ପଧାନ ଅଭିନୟ କରିଥିଲେ ଓ ଶେଷଦେବ ଭୋଇ, ସୁରେଶ ସେଠ ଆଦି ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ । ଅନେକ ଦିନରୁ ଛାଡି ଦେଇଥିବା ନାଟକକୁ ଉତ୍ସାହର ସହିତ ଆଜି ଆମେ ମଞ୍ଚସ୍ଥ କରି ପାରିଥିବାରୁ ମନରେ ବହୁତ ଆମର ଖୁସି ଭରିଦେଇଛି ବୋଲି ଅଭିନେତା ମାନେ ଆନ୍ତରିକତାର ସହିତ ପ୍ରକାଶ କରିଛନ୍ତି ।

Leave a Comment

Your email address will not be published. Required fields are marked *

Scroll to Top