ନୂଆଁଖାଈ ଉପଲକ୍ଷେ ୧୪ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ

ନୂଆଁଖାଈ ଉପଲକ୍ଷେ ୧୪ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ

ବିଜେପୁର : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଖରମୁଣ୍ଡା ଖେଳପଡିଆ ଠାରେ ଖରମୁଣ୍ଡା ଯୁବ କ୍ରୀଡା ସଂସଦ ତରଫରୁ ଚଳିତ ବର୍ଷ ନବାନ୍ନ ଉପଲକ୍ଷେ ୧୪ ତମ ଗ୍ରାମାଞ୍ଚଳିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଅଗଷ୍ଟ ୨୩ ରୁ ୨୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଉକ୍ତ ଟୁର୍ଣ୍ଣାମେଣ୍ଟ କୁ ସ୍ଥାନୀୟ ସରପଞ୍ଚ ମନୋଜ ପଧାନ ଉଦଘାଟନ କରି ଏହାର ଶୁଭାରମ୍ଭ କରିଥିବା ବେଳେ ସଂସଦର ସଦସ୍ୟ ଓ କ୍ରୀଡାପ୍ରେମୀ ଦର୍ଶକବୃନ୍ଦ ଉପସ୍ଥିତ ଥିଲେ । ୧୬ ଗୋଟି ଦଳ ଅଂଶଗ୍ରହଣ କରିବାକୁ ରହିଥିବା ଉକ୍ତ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନର ପ୍ରଥମ ଖେଳ ପତେଇପାଲି ଓ ଧୋବାପାଲି ଫୁଟବଲ୍ ଦଳ ମଧ୍ୟରେ ହୋଇଥିବା ବେଳେ ଟ୍ରାଇବ୍ରେକର ଜରିଆରେ ପତେଇପାଲି ଦଳ ବିଜେତା ଘୋଷିତ ହୋଇଥିଲେ ଏବଂ ଦ୍ବିତୀୟ ମ୍ୟାଚ୍ ଆଇମାଲ ଓ ଛଞ୍ଚାଣି ଦଳ ମଧ୍ୟରେ ହୋଇଥିବା ବେଳେ ୧-୦ ଗୋଲ୍ ରେ ଆଇମାଲ ଦଳ ଜିତିଥିଲେ । ଏହାପରେ ଉଭୟ ମ୍ୟାଚ୍ ର ବିଜେତା ପତେଇପାଲି ଓ ଆଇମାଲ ଦଳ ମଧ୍ୟରେ ଖେଳ ହୋଇଥିଲା । ଏଥିରେ ଆଇମାଲ ଦଳ ୧-୦ ଗୋଲ୍ ରେ ବିଜୟୀ ହୋଇଥିଲେ ଏବଂ ଏହାପରେ ଆଇମାଲ ଦଳ ସିଧାସଳଖ ସେମି ଫାଇନାଲ ରେ ଖେଳିବେ ବୋଲି ସଂଘ ତରଫରୁ ସୂଚନା ଦେଇଛନ୍ତି । ସଚ୍ଚିଦାନନ୍ଦ ପଧାନ, ଗୌରାଙ୍ଗ ପଧାନ, ଦିଲ୍ଲିପ ପଧାନ ଓ ତରଣୀ ଲୁହାଙ୍କ ପରିଚାଳନାରେ ସୂଚାରୁ ରୂପେ ଚାଲିଥିବା ପ୍ରଥମ ଦିନର ଖେଳକୁ ଦର୍ଶକ ମାନେ ମନଭରି ଉପଭୋଗ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top