ଜୟକୃଷ୍ଣ ଡନସନା ପିନ୍ଧିଲେ ବିଜୟ ମୁକୁଟ

ଜୟକୃଷ୍ଣ ଡନସନା ପିନ୍ଧିଲେ ବିଜୟ ମୁକୁଟ

ବିଜେପୁର : ବିଜେପୁର ବ୍ଲକର ରାଜନୈତିକ ଉତଥାନ ପତନ ପରେ ଜଣେ ନୂତନ ବ୍ଲକ ଅଧ୍ୟକ୍ଷ ପାଇଁ ନିର୍ବାଚନ ପ୍ରକ୍ରିୟା ସରିଯାଇଛି । ଗତ ମଇ ୨୦ ତାରିଖ ଦିନ ବ୍ଲକ ଅଧ୍ୟକ୍ଷ ମୋତିରାମ ସାହୁଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ପାସ ହେବା ପରେ ଏହି ଅଧ୍ୟକ୍ଷ ପଦବୀ ଖାଲି ପଡିଥିଲା । ୨୦୨୨ ପଞ୍ଚାୟତ ନିର୍ବାଚନରେ ବିଜେପୁର ବ୍ଲକର ୨୧ ଜଣ ବିଜେଡି ଓ ୨ ଜଣ ବିଜେପି ସମିତି ସଭ୍ୟ/ସଭ୍ୟା ପ୍ରାର୍ଥୀ ବିଜେତା ହୋଇଥିବା ବେଳେ କଂଗ୍ରେସ ପୁରାପୁରି ଭାବେ ବିଫଳ ହେଇଥିଲା । ଏହା ପରେ ୧୪ ଜଣ ସମିତି ସଭ୍ୟଙ୍କ ଭୋଟ ପାଇ ମୋତିରାମ ସାହୁ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଇଥିଲେ । ହେଲେ ସରପଞ୍ଚ ଓ ସମିତି ସଭ୍ୟମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା । ଶେଷରେ ମାନ୍ୟବର ବରଗଡ଼ ସାଂସଦ ଓ ମାନ୍ୟବର ବିଜେପୁର ବିଧାୟକଙ୍କ ସମେତ ୩୨ ଜଣ ସରପଞ୍ଚ ଓ ସମିତି ସଭ୍ୟମାନେ ଶ୍ରୀ ସାହୁଙ୍କର୍ ବିରୁଦ୍ଧରେ ଭୋଟ ଦେଇ ଅନାସ୍ଥା ପ୍ରସ୍ତାବ ପାସ କରିଥିଲେ । ଏହା ପରେ ବ୍ଲକ ଅଧ୍ୟକ୍ଷ ପଦବୀରୁ ବିଚ୍ୟୁତ ହେଇଥିଲେ ମୋତିରାମ ସାହୁ । ଗତକାଲି ବରଗଡରେ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ପରିସରରେ ମିଶ୍ରଣ ପର୍ବ ଅନୁଷ୍ଠିତ ହେଇଥିଲା ଓ ବହୁ ସଂଖ୍ୟକ କର୍ମୀ ବିଜେପିରେ ଯୋଗଦେଇଥିଲେ । ଏଥିରେ ବିଜେପୁର ନିର୍ବାଚନ ମଣ୍ଡଳୀର ଅନେକ ସମିତି ସଭ୍ୟ/ସଭ୍ୟା ସାମିଲ ଥିଲେ । ଆଜି ବିଜେପି ପାଟି ପାଇଁ ଏକ ଖୁସିର ଖବର । ବିଜେପି ର ପ୍ରାର୍ଥୀ ଜୟକୃଷ୍ଣ ଡ଼ନସେନା ବ୍ଲକ ଚେୟାରମ୍ୟାନ ଭାବେ ଉପ-ନିର୍ବାଚନରେ ବିଜୟୀ ହୋଇଛନ୍ତି । ଖାଲି ପଡିଥିବା ଚେୟାରମ୍ୟାନ ପଦବୀ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ତରଫରୁ ଆଜି ଅଗଷ୍ଟ ୨୦ ତାରିଖ ଦିନ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଇଥିଲା । ସକାଳ ୧୦ ଟାରୁ ୧୧ ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ ଓ ଯାଞ୍ଚ ଏବଂ ଅପରାହ୍ନ ୩ ଟା ସମୟରେ ଫଳାଫଳ ଘୋଷଣାର ବ୍ୟବସ୍ଥା ହେଇଥିଲା । ବିିଜେପି ତରଫରୁ ଜୟକୃଷ୍ଣ ଡନସେନା ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଏହି ପଦବୀ ପାଇଁ ଅନ୍ୟ କେହି ବି ପ୍ରାର୍ଥୀପତ୍ର ଦାଖଲ କରି ନଥିବାରୁ ନିର୍ଦ୍ବନ୍ଦରେ ଜୟକୃଷ୍ଣ ଡନସନା ବିଜେପୁର ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଇଛନ୍ତି ।

Leave a Comment

Your email address will not be published. Required fields are marked *

Scroll to Top