

ଓଏଭି ଏମ୍.ଗଣ୍ଡପାଲିରେ ୭୯ ତମ ସ୍ବାଧିନତା ଦିବସ ପାଳିତ
ବିଜେପୁର : ବରଗଡ ଜିଲ୍ଲା ଏମ୍.ଗଣ୍ଡପାଲି, ବିଜେପୁର ଓଡିଶା ଆଦର୍ଶ ବିଦ୍ୟାଳୟରେ ୭୯ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି । ସାମାଜିକ ବିଜ୍ଞାନ ଶିକ୍ଷକ ଗୋପ ମହାନନ୍ଦଙ୍କ ପରିଚାଳନାରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ମୁରାରି ପ୍ରସାଦ ସାହୁ ଉପନୀତ ଐତିହାସିକ ଦିବସର ମହତ୍ତ୍ବ, ଶୃଙ୍ଖଳା, ସମୟାନୁବର୍ତିତା, ପରିଶ୍ରମର ଆବଶ୍ୟକତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । ଦଶମ ଶ୍ରେଣୀ ଛାତ୍ରୀ ଆରାଧନା ରଥ, ନବମ ଶ୍ରେଣୀ ଛାତ୍ରୀ ଅନୁଷ୍କା ଓ ସଞ୍ଜନା ମାଝୀ ସ୍ବାଧିନତା ଦିବସ ଉପରେ ବକ୍ତବ୍ୟ ଦେଇଥିବା ବେଳେ ଷଷ୍ଠ ଶେଣ୍ରୀ ଛାତ୍ରୀ ଧରିତ୍ରୀ କୁମ୍ଭାର ଓ ଇପ୍ସିତା ସାହୁ ଦେଶାତ୍ମକବୋଧକ ନୃତ୍ୟ ପରିବେଷଣ କରିଥିଲେ । ଆଇସିଟି ଶିକ୍ଷକ ସଞ୍ଜିବ ବେହେରା ଦେଶାତ୍ମକବୋଧକ ସଙ୍ଗୀତ ପରିବେଷଣ କରିବା ସହିତ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଶେଷରେ ମିଷ୍ଟାନ୍ନ ବଣ୍ଟନ ପରେ ମଧ୍ୟାହ୍ନ ଭୋଜନ ଦିଆଯାଇଥିଲା । ଏହାପରେ ବ୍ଲକ ସ୍ତରୀୟ ପ୍ୟାରେଡ୍ ରେ ସାମିଳ ହୋଇ ବିଦ୍ୟାଳୟର ଉପ-ବରିଷ୍ଠ ବିଭାଗ ସିଭିଲିଏନ୍ (ନବମ ଓ ଦଶମ ଶ୍ରେଣୀ) ପ୍ରଥମ, କନିଷ୍ଠ ବିଭାଗ ସିଭିଲିଏନ୍ ଦ୍ବିତୀୟ ଓ ଶାନ୍ତି ଶୃଙ୍ଖଳା ରକ୍ଷାରେ ପ୍ରଥମ ପୁରଷ୍କାର ପାଇଥିଲେ ଯାହା ଓଏଭି ପରଋବାରରେ ଆନନ୍ଦ ଓ ଉତ୍ସାହ ଭରିଦେଇଥିଲା । ଏହାପରେ ପ୍ୟାରେଡ ପ୍ରଙ୍ଗଣରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ମୁରାରୀ ପ୍ରସାଦ ସାହୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।



