

ଜିତୀୟ ତ୍ରିରଙ୍ଗା ପତାକାକୁ ଅସମ୍ମାନ
ବିଜେପୁର : ସାରା ଦେଶରେ ତ୍ରିରଙ୍ଗା ଯାତ୍ରା ଚାଲିଥିବା ବେଳେ ଶିଶୁଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ସାମିଲ ହଉଛନ୍ତି । ତ୍ରିରଙ୍ଗା ଯାତ୍ରା ପାଇଁ ସରକାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ବିଜେପୁର ପୌର ନିର୍ବାହୀ ଅଧିକାରୀ ବିଜ୍ଞ ବିଭୁଦତ୍ତ ସାହୁଙ୍କ ଦ୍ବାରା ଜାତୀୟ ପତାକାକୁ ଅସମ୍ମାନ କରା ଯାଇଥିବା ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ ଯେ, ଭାରତ ସରକାରଙ୍କ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏଭଳି ଅଭିଯୋୋଗ ଆସୁଛି l ବିଜେପୁର ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଜାତୀୟ ପତାକା କୁ ଓଲଟା ଧରି ଫଟୋ ଉତ୍ତୋଲନ କରୁଥିବାର ଚିତ୍ର ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି । ଜାତୀୟ ପତାକା ହେଉଛି ଆମର ଗର୍ବ l ଏହାର ସମ୍ମାନ ରଖିବା ପାଇଁ କେତେ ଯେ ବ୍ୟକ୍ତି ନିଜର ବଳିଦାନ ଦେଇଛନ୍ତି l ଜାତୀୟ ପତାକା ର ସମ୍ମାନ ରଖିବା ସମସ୍ତ ନାଗରିକଙ୍କ କର୍ତ୍ତବ୍ୟ l ତଥାପି ମଧ୍ୟ ଏକ ଗୁରୁତ୍ତ୍ୱପୂର୍ଣ ପଦବୀରେ ଅଧିଷ୍ଠିତ ହୋଇ ମଧ୍ୟ ଜାତୀୟ ପତାକା କୁ ଓଲଟା ଧରି ଫଟୋ ହେବା ବାସ୍ତବ ରେ ନିନ୍ଦନୀୟ ବିଷୟ । ଏନେଇ ଗଣମାଧ୍ୟମ ପ୍ରତିନିଧି ଫୋନ ଯୋଗେ ସମ୍ପର୍କ କରି ଏହାର କାରଣ ପଚାରିବାରୁ ପ୍ରତିନିଧି ଉକ୍ତ ଅଧିକାରୀ ଙ୍କୁ ଫୋନ୍ ଯୋଗେ ସଂପର୍କ କରି ଏହାର କାରଣ ପଚାରିବାରୁ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଜଣକ ଉତ୍ତ୍ୟକ୍ତ ହୋଇ ଫୋନ୍ କାଟି ଦେଇଥିବାର ଖବର ଆସୁଛି । ସର୍ବ ସମ୍ମୁଖରେ କ୍ଷମା ମାଗିବା କଥା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।


