ଅବସରପ୍ରାପ୍ତ ରାଜସ୍ବ କର୍ମଚାରୀଙ୍କ ପରଲୋକ

ଅବସରପ୍ରାପ୍ତ ରାଜସ୍ବ କର୍ମଚାରୀଙ୍କ ପରଲୋକ

ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଜାରିଂ ଗ୍ରାମର ଅବସରପ୍ରାପ୍ତ ରାଜସ୍ବ କର୍ମଚାରୀ ପରେଶ ମିଶ୍ରଙ୍କ ପରଲୋକ ହୋଇଯାଇଛି । ସେ କିଛି ଦିନ ହେଲା ହୃତପିଣ୍ଡ ଜନିତ ସମସ୍ୟାରେ ଆକ୍ରାନ୍ତ ଥିଲେ । ସେ ୨୦୧୫ ରେ ସୋହେଲା ରାଜସ୍ବ ନିରିକ୍ଷକ କାର୍ଯ୍ୟାଳୟରୁ ଅବସର ନେଇଥିଲେ ଓ ଜୀବନର କର୍ମକ୍ଷେତ୍ରରେ ସେ ଅନେକ ସମସ୍ୟାର ସମାଧାନ କରିବାରେ ସଫଳ ହୋଇଥିଲାେ । ମିଷ୍ଟଭାଷୀ, ପରୋପକାରୀ, ଧର୍ମପରାୟଣ ଏହି ବ୍ୟକ୍ତିଙ୍କ ମୃତ୍ୟୁ ବେଳକୁ ତାଙ୍କର ବୟସ ପ୍ରାୟ ୭୦ ବର୍ଷ ବୟସ ହୋଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ପ୍ରଫୁଲ୍ଲ ମିଶ୍ର, ପୁତ୍ରବଧୂ ଡଲି ମିଶ୍ର, ଝିଅ ପ୍ରମିଳାସିନୀ ନାୟକ, ରିମା ମିଶ୍ର, କୁନି ମିଶ୍ର, ଜ୍ୱାଇଁ ସଂଜୀବ ନାୟକ, ଆନନ୍ଦ ପୁରୋହିତ, ରିଙ୍କୁ ପୁରୋହିତ, ନାତି – ଚନ୍ଦନ ଓ ପରିବାରବର୍ଗ ଉପସ୍ଥିତ ଥିଲେ। ଶବାଧାରରେ ବନ୍ଧୁ ପରିଜନ ଓ ଗ୍ରାମବାସୀ ଯାଇ ନିକଟସ୍ଥ ସ୍ମଶାନରେ ଶବଦାହ କରିଥିବା ବେଳେ ଏକମାତ୍ର ପୁତ୍ର ପ୍ରଫୁଲ୍ଲ ମିଶ୍ର ମୁଖାଗ୍ନି ଦେଇଥିଲେ। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave a Comment

Your email address will not be published. Required fields are marked *

Scroll to Top