କୁଲି ମେହେର ସମାଜ ପକ୍ଷରୁ ଆଦିବାସୀ ଦିବସ ପାଳିତ

କୁଲି ମେହେର ସମାଜ ପକ୍ଷରୁ ଆଦିବାସୀ ଦିବସ ପାଳିତ

ବରପାଲି : ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କୁସନପୁରୀ ଠାରେ ନିଖିଳ ଉତ୍କଳ ମେହେର ସମାଜ ପକ୍ଷରୁ ଆଦିବାସୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । କାର୍ଯ୍ୟକାରୀ ସଭାପତି ତିଲାରାମ ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ସଭାପତି ମଧୁସୂଦନ ମେହେର, ଉପ-ସଭାପତି ରୋହିତ ମେହେର, ସମ୍ପାଦକ ସୁଦାମ ମେହେର , ଉପଦେଷ୍ଟା ଦଶରଥ ମେହେର, ରାମ ମେହେର, ମନୋରଞ୍ଜନ ମେହେର ପ୍ରମୁଖ ଉପସ୍ଥିତ ଥିଲେ । କୁଲି ଜାତିର ଆରାଧ୍ୟ ଦେବୀ ମାଁ କରମସାନିଙ୍କ ନିକଟରେ ପୂଜାର୍ଚ୍ଚନା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଗ୍ରାମର ଯୁବକ ମାନଙ୍କ ସୁସଜ୍ଜିତ ଆଦିବାସୀ ବେଶଭୂଷାରେ ସହିତ ସମସ୍ତଙ୍କ ଦ୍ବାରା ଏକ ବିରାଟ ପଟୁଆରରେ ଗ୍ରାମ ପରିକ୍ରମା କରାଯାଇଥିଲା । ଗ୍ରାମ ପରିକ୍ରମା ପରେ ଆୟୋଜିତ ସଭାରେ ଆଦିବାସୀ ସଂସ୍କୃତି ଓ ପରମ୍ପରା ସଂପର୍କରେ ଆଲୋଚନା କରାଯାଇଥିଲା । ଆଦିବାସୀ ମହାପୁରୁଷମାନଙ୍କ ଜୀବନୀ ଆଲୋଚନା କରାଯିବା ସହିତରେ ସେମାନଙ୍କର ଆଦର୍ଶକୁ ଅନୁସରଣ କରିବା ନିମିତ୍ତ ଅତିଥିବୃନ୍ଦ ଉଦବୋଧନ ଦେଇଥିଲେ । ବିଭିନ୍ନ ଗ୍ରାମରୁ ଶହ ଶହ ବ୍ୟକ୍ତି ଯୋଗଦାନ କରିଥିବା ଏହି କାର୍ଯ୍ୟକ୍ରମରେ କୁସନପୁରୀ ଗ୍ରାମର ସମସ୍ତ ଗ୍ରାମବାସୀ ବୃନ୍ଦ ସହଯୋଗ କରି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top