ନୂତନ ଧାନବିକ୍ରୀ ପଞ୍ଜିକରଣର ଜଟିଳତା ହଟିବ କେବେ ?

ନୂତନ ଧାନବିକ୍ରୀ ପଞ୍ଜିକରଣର ଜଟିଳତା ହଟିବ କେବେ ?

ବରଗଡ : ନୂତନ ଧାନବିକ୍ରୀ ପଞ୍ଜିକରଣର ଜଟିଳତା ହଟିନାହିଁ କି ଚାଷି ଆନ୍ଦୋଳନ ଦବି ନାହିଁ । ବରଗଡ ଜିଲ୍ଲା ଉପ-ନିବନ୍ଧକ ଅଫିସ ସମ୍ମୁଖରେ ସଂଯୁକ୍ତ କୃଷକ ସଙ୍ଗଠନ ତରଫରୁ ଧାନ ପଞ୍ଜିକରଣର ସରଳ କରିବା ପାଇଁ ଧାରଣା ପ୍ରଦର୍ଶନ କରାଯାଇଛି । ନୂତନ ପଞ୍ଜିକରଣ ବ୍ୟବସ୍ଥାରେ ବଂଶାବଳୀ ତିଆରୀ କରିବା ବାଧ୍ୟତାମୂଳକ ନିଷ୍ପତ୍ତିକୁ ସଂଗଠନ ଦୃଢ ସ୍ୱରରେ ବିରୋଧ କରିଅସୁଛି । ନୂତନ ପଞ୍ଜିକରଣ ବ୍ୟବସ୍ଥାରେ ଭାଇଭାଇ, ଭାଇଭଉଣୀ ମଧ୍ୟରେ ତଥା ପାରିବାରିକ କଳହ ଲାଗିବା ସ୍ୱାଭାବିକ ଦେଖାଦାଇଛି । ଅନ୍ୟ ପଟେ ଉତ୍ତରାଧିକାରୀ ଅନୁସାରେ ମହିଳାମାନେ ମଧ୍ୟ ଜମି ଭାଗ ପାଉଥିବାରୁ ଚାଷ ନ କରି ଧାନ କାର୍ଡ ତିଆରି କରିପାରିବାର ହକ୍ଦାର ହେବା ଫଳରେ ଚାଷ କରିଥିବା ଚାଷି ଧାନ ବିକ୍ରି କରିପାରିବ ନାହିଁ ଏବଂ ଧାନ ଚାଷ ନ କରି କେବଳ ବଂଶୀୟ ଆଧାରରେ ଧାନ କାର୍ଡ କରିଥିବାରୁ ସେହି ଧାନକାର୍ଡ ଚଢା ଦରରେ ବିକ୍ରୀହେବ। ଫଳରେ ଖାଦ୍ୟ ସଙ୍କଟ ଦେଖା ଦେବା ସହିତ କୃଷି ଅର୍ଥନୀତି ଉପରେ ପ୍ରଭାବ ପଡିବ ତଥା ଅନେକ ନକଲି ଚାଷି ସୃଷ୍ଟି ହେବା ସମ୍ଭାବନାରେ ଅବ୍ୟବସ୍ଥା ଚରମ ସୀମା ଲଙ୍ଘିବ । ଏଣୁ ସ୍ୱ-ଘୋଷଣାନାମାରେ ପଞ୍ଜିକରଣ ହେଲେ କୌଣସି ନକଲି ଚାଷି ହେବେ ନାହିଁ ଏବଂ ଯେଉଁଠି ଅଭିଯୋଗ ଅଛି ସେ କ୍ଷେତ୍ରରେ ସହମତି ପତ୍ର ମଗାଯାଉ ବୋଲି ସଂଗଠନ ଦାବୀ କରିଛି । ଏହି ଦାବୀ ମୁତାବକ ଯଦି ବାଲେଶ୍ୱର ଜିଲ୍ଲାପାଳ ଗତକାଲି ଚିଠି କରି କେବଳ ସ୍ବ-ଘୋଷଣାନାମାରେ ଧାନ ପଞ୍ଜିକରଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ତାହେଲେ ବରଗଡ଼ କାହିଁକି ନୁହେଁ ବୋଲି ସଂଗଠନ ପ୍ରଶ୍ନ କରିଛି । ଦିନ 10 ଟାରୁ ଅଫିସ ସମ୍ମୁଖରେ ଧାରଣା ସଂଗଠନ ବାସିଥିବାରୁ ଉପ-ନିବାନ୍ଧକ ଆସି ପ୍ରଥମ ପର୍ଯ୍ୟାୟରେ ଆଲୋଚନା କଲେ ଓ ପରେ ଶହ ଉପଜିଲ୍ଲାପାଳ ମଧ୍ୟ ଆସି ଆଲୋଚନାରେ ଭାଗନେଇଥିଲେ । ହେଲେ ସଂଗଠନ ସେହି ଗୋଟିଏ ଦାବୀରେ ଅଟଳ ରହିବାରୁ ଆଲୋଚନା ବିଫଳ ହୋଇଥିଲା । ଅପରାହ୍ନ ପୁଣି ୩ ଟା ସମୟରେ ଡିଆରସିଏସ ଯୁଗଳ ଦାସ ଆସି ପୂର୍ଣ୍ଣାଙ୍ଗ ଆଲୋଚନା କଲା ପରେ ଆଜି ସାନ୍ଧ୍ୟ ୭ ଟା ସମୟରେ ଜିଲ୍ଲାପାଳଙ୍କ ସହିତ କଥା ହୋଇ ଯେକୌଣସି ସାମାଧାନର ବାଟ ବାହାର କରାଯିବ ବୋଲି ପ୍ରତିଶୃତି ଦେଲା ପରେ ୪ଟା ସମୟରେ ସଂଗଠନର ପ୍ରତିନିଧି ମାନେ ଧାରଣାରୁ ଉଠିଥିଲେ । ଏହି ଧାରଣା ପୂର୍ବରୁ ସରକଣ୍ଡା, ସୋହେଲା, ଘେଁସ, ସନିମାଲ ଏବଂ ଭେଡେନ ସୋସାଇଟି ତାଲା ବନ୍ଦ କରି କର୍ମୀମାନେ ବରଗଡ଼ ଆସିଥିଲେ । ଉକ୍ତ ଧାରଣା କାର୍ଯ୍ୟକ୍ରମରେ ସର୍ବଶ୍ରୀ ଉତ୍ପନ୍ନ ଭୋଇ, ଅଜିତ ଶତପଥୀ, ରମେଶ ମହାପାତ୍ର, ନରେନ୍ଦ୍ର ଭୋଇ, ସୁଦାମ ପାତ୍ର, ତପନ ମିଶ୍ର, କାରଣ ସାହୁ, ସୁବାସ ପଧାନ, ସାମନ୍ତ ସାହୁ, ପ୍ରଭାତ ସାହୁ, କୁଞ୍ଜ ପଧାନ, ରୋହିତ ପଧାନ, ସୁବାସ ସାମନ୍ତରାୟ, ଶାନ୍ତନୁ ମାଝୀ, ସୁରେନ ସାହୁ, ରବିଶଙ୍କର ପଧାନ, ଡୋଳାମଣି ମେହେର, ଈଶାନ୍ତ ଭୋଇ, ସୁରେଶ ନିକେଣ୍ଟି, ନିରଞ୍ଜନ ପଧାନ, ସୁବାସ ବିଶ୍ୱାଳ, ବୁଦ୍ଧଦେବ ନନ୍ଦ, ପି.ପାପାରାଓ, ସଂକ୍ରାନ୍ତି, ଦଶରଥ ଭୋଇ, ଅମୁଲ୍ୟ ସ୍ୱାଇଁ ଏବଂ କୋଶଲ ସେନାର ବୀରବଳ ମହାକୁଡ଼ ଯୋଗଦେଇଥିଲେ । ସଂଗଠନ ପକ୍ଷରୁ ଯଦି ଦାବୀ ମୁତାବକ କୌଣସି ନିଷ୍ପତ୍ତି ନିଆ ନଯାଏ ତାହେଲେ ପର୍ଯ୍ୟାୟ କ୍ରମେ ଆନ୍ଦୋଳନକୁ ଆହୁରୀ ଦୁର୍ବାର କରାଯିବ ବୋଲି ସଂଗଠନ ତରଫରୁ ଚେତାବନୀ ଦିଆଯାଇଛି ।

Leave a Comment

Your email address will not be published. Required fields are marked *

Scroll to Top