କବିଙ୍କ ଜନ୍ମ ମାଟିରେ ଜୟନ୍ତୀ ଉତ୍ସବ

କବିଙ୍କ ଜନ୍ମ ମାଟିରେ ଜୟନ୍ତୀ ଉତ୍ସବ

ବିଜେପୁର : କବି ରାଜାରାମ ମେହେର ଆଞ୍ଚଳିକ ପରିବେଶର ଅନନ୍ୟ ରୂପକାର ଥିଲେ । ଫଳରେ ସେ ନିଜ ଅଞ୍ଚଳର ପ୍ରାକୃତିକ ପରିବେଶକୁ ନେଇ ଅନେକ କାବ୍ୟ କୋଣାର୍କ ତୋଳିଛନ୍ତି । ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଲାଉମୁଣ୍ଡାରେ ଆୟୋଜିତ କବି ରାଜାରାମ ମେହେର ଜୟନ୍ତୀ ସମାରୋହରେ ଅତିଥିଗଣ ଏହା ମତବ୍ୟକ୍ତ କରିଥିଲେ । ବିଜେପୁର ଖଗେଶ୍ବର ସାହିତ୍ୟ କଳା ପରିଷଦ ଓ ସ୍ଥାନୀୟ ଗଙ୍ଗାଧର ମେହେର କ୍ଲବର ମିଳିତ ସହଯୋଗରେ ଅନୁଷ୍ଠିତ ଉତ୍ସବରେ ପରିଷଦର ସଭାପତି ମୋହନ ସିଂ କହ୍ନେଇ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ମେଲଛାମୁଣ୍ଡା କଲେଜର ପ୍ରାଧ୍ୟାପକ ଡ଼ ପ୍ରଦୀପ କୁମାର ପ୍ରଧାନ, ମୁଖ୍ୟବକ୍ତା ଭାବେ ବିଜେପୁର କଲେଜର ଅଧ୍ୟାପକ ଡ.ଦୀନେଶ କୁମାର ଅଗ୍ରବାଲାଙ୍କ ସମେତ ସାହିତ୍ୟିକା ପ୍ରମୋଦିନୀ ସାହୁ, ଶିକ୍ଷାବିତ୍ ରମେଶ ଶତପଥୀ, ସ୍ଥାନୀୟ ପୂର୍ବତନ ସରପଞ୍ଚ ରଞ୍ଜିତ ମେହେର ସମ୍ମାନୀୟ ଅତିଥି ଭାବେ ଯୋଗଦେଇ କବିଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ପ୍ରାରମ୍ଭରେ କବିଙ୍କ ବାସଭବନରେ ଦୀପ ପ୍ରଜ୍ବଳନ କରାଯାଇଥିଲା । ଉକ୍ତ ଦୀପକୁ ଭବ୍ୟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ଜୟନ୍ତୀ ଉତ୍ସବ ସ୍ଥଳରେ ସ୍ଥାପନ କରାଯାଇଥିଲା । ରିଙ୍କୁ ମେହେର ସରସ୍ବତୀ ବନ୍ଦନା ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ । ପରିଷଦର ସଂପାଦକ ରାଜେଶ୍ବର ବେହେରା ଉଦ୍ଦେଶ୍ୟ ଜ୍ଞାପନ, ଉପ-ସଭାପତି ହୃଦମଣି ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ସାବିତ୍ରୀ ମେହେର, ତୁଳସୀ ରାମ ମେହେର, ଦିଲେଶ ମେହେର, ଯୁଗେଶ୍ବର ତାଣ୍ଡି, ଜଗତଜ୍ଜୀବନରାମ ଡନସନା, ସୂର୍ଯ୍ୟ ମେହେର, ଯୁବରାଜ ଦୀପ, ଆଶୁତୋଷ ମେହେର, ଦେବାଶିଷ ମେହେର, ପ୍ରମୁଖ କବିଗଣ ସମ୍ବଲପୁରୀ କବିତା ମାଧ୍ୟମରେ କବିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।ଉଛଵକୁ ସଂଯୋଜନା କରିଥିଲେ ସହ ସଂପାଦକ ଗୀତିକାର ମକରଧ୍ବଜ ସାହୁ, ପରେ କଣ୍ଠଶିଳ୍ପୀ ସୁଷମା ଭୋଇ, ସ୍ଥାନୀୟ ବୀଣାପାଣି କଳା ପରିଷଦର ରିଙ୍କୁ ମେହେର ପ୍ରମୁଖ ମନଛୁଆଁ ଭଜନ ପରିବେଷଣ କରିଥିଲେ । ଭରତ ମେହେର, ଉତ୍କଳ ମେହେର ପ୍ରମୁଖ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ । ପଙ୍କଜ ମେହେର,ସେବକ ମେହେର,ଦୟାଳୁ ମେହେର,ରାଜୁ ପାଣିଗ୍ରାହୀ, ଆନନ୍ଦ ହୋତା, ଅଜିତ ମେହେର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଗଙ୍ଗାଧର ମେହେର କ୍ଲବର ସଭାପତି ହୃଷିକେଶ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top