

ଓଏଭି ଏମ୍.ଗଣ୍ଡପାଲି, ବିଜେପୁରରେ ନୂତନ ଅଧ୍ୟକ୍ଷଙ୍କ ଯୋଗଦାନ
ବିଜେପୁର : ବରଗଡ ଜିଲ୍ଲା ଓଡିଶା ଆଦର୍ଶ ବିଦ୍ୟାଳୟର ଏମ୍.ଗଣ୍ଡପାଲି, ବିଜେପୁରରେ ସ୍ଥାୟୀ ଅଧ୍ୟକ୍ଷ ଭାବେ ଶ୍ରୀଯୁକ୍ତ ମୁରାରୀ ପ୍ରସାଦ ସାହୁ ଅଗଷ୍ଟ ୧ ତାରିଖ ଦିନ ଯୋଗଦାନ କରିଥିବା ବେଳେ ଏହି ଉପଲକ୍ଷେ ଏକ ସ୍ବାଗତ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ସଭାରେ ବିଦ୍ୟାଳୟର ସାମାଜିକ ବିଜ୍ଞାନ ଶିକ୍ଷକ ଗୋପ ମହାନନ୍ଦ ନବାଗତଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ପୂର୍ବତନ ଭାରପ୍ରାପ୍ତ ଅଧ୍ୟକ୍ଷା ପ୍ରିୟଙ୍କା ପ୍ରିୟଦର୍ଶିନୀ ତାଙ୍କୁ ସ୍ୱାଗତ କରିଥିଲେ । ନୂତନ ଅଧ୍ୟକ୍ଷ ଛାତ୍ରଛାତ୍ରୀଙ୍କୁ ସ୍ୱାସ୍ଥ୍ୟରକ୍ଷା ଉପରେ ଯତ୍ନବାନ ହେବା ସହିତ ଶିକ୍ଷା ଓ ପରିଶ୍ରମର ମହତ୍ତ୍ୱ ସମ୍ପର୍କରେ ଅବଗତ କରାଇବା ସହିତ ବିଦ୍ୟାଳୟକୁ ଶିକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ସ୍ଥାନରେ ଆସୀନ କରିବାକୁ ସଭାରେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଅଧ୍ୟକ୍ଷ ଶ୍ରୀ ସାହୁ ଏହା ପୂର୍ବରୁ ରାୟଗଡା ଜିଲ୍ଲା କୋଲନରା ଆଦର୍ଶ ବିଦ୍ୟାଳୟରେ କାର୍ଯ୍ୟରତ ଥିଲେ । ତାଙ୍କ ଯୋଗଦେବାର ଖବର ପାଇବା ପରେ ଅଭିଭାବକଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି ।





