

ରେଡିଏନ୍ସରେ ସମ୍ବଲପୁରୀ ଦିନ୍ ଓ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳନ
ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ରେଡିଏନ୍ସ ଶିକ୍ଷାନୁଷ୍ଠାନରେ ସମ୍ବଲପୁରୀ ଦିନ୍ ଓ ସମ୍ବର୍ଦ୍ଧନା ଉତ୍ସବ ଅଧ୍ୟକ୍ଷ ପ୍ରଫେସର ଘନଶ୍ୟାମ ମେହେରଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଚେୟାରମେନ୍ ଶ୍ରୀଯୁକ୍ତ ଅଜିତ କୁମାର ମେହେରଙ୍କ ସମେତ ପ୍ରଫେସର ରେବନ୍ତ କୁମାର ମେହେର, ଅନୁଷ୍ଠାନର ଏକାଡେମିକ୍ ଡାଇରେକ୍ଟର ଗୋବିନ୍ଦ ମେହେର, ଆଡମିନିଷ୍ଟ୍ରେଟିଭ୍ ଡାଇରେକ୍ଟର ନେତ୍ରମଣୀ ମେହେର, ଉପାଧ୍ୟକ୍ଷ ସଞ୍ଜୟ ବାରିକ, ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ମୋହିନୀ ମେହେର, ଅନୁଷ୍ଠାନର ଉପଦେଷ୍ଟା ରଜେଶ୍ରୀ ମେହେର, ମମତା ମେହେର, ଅଧ୍ୟାପକ ପ୍ରଫୁଲ୍ଲ ପଧାନ, ଲୟକାନ୍ତ କୁମ୍ଭାର, ଆଲୋକ ପୋଢ, ସଞ୍ଜୟ ପଧାନ, ସୁରେନ୍ଦ୍ର ସେଠ, ଅଧ୍ୟାପିକା ରୀତା ପଧାନ, ହେଲିସା ବେହେରା, କୁମୋଦିନି ବାରିକ, ସୁପ୍ରିୟା ମେହେର, ସମସ୍ତ ଛାତ୍ରଛାତ୍ରୀ ତଥା ଅନୁଷ୍ଠାନର କର୍ମଚାରୀଗଣ ଉପସ୍ଥିତ ଥିଲେ । ଛାତ୍ରୀମାନେ ଗାୟତ୍ରୀ ପଟେଲଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଚେୟାରମେନ୍ ଶ୍ରୀ ମେହେର ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ଚରିତ୍ର ଗଠନ ପାଇଁ ଉଦବୋଧନ ଦେଇଥିବା ବେଳେ ଅଧ୍ୟକ୍ଷ ସମ୍ବଲପୁରୀ ଦିନ ବିଷୟରେ ନିଖୁଣ ଭାବେ ବର୍ଣ୍ଣନା କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମ୍ବଲପୁରୀ ଦିନ ଉପଲକ୍ଷେ ଏକାଡେମିକ୍ ଡାଇରେକ୍ଟର ସମ୍ବଲପୁରୀ ପୋଷାକ ଓ ଖାଦ୍ୟ ବ୍ୟଞ୍ଜନ ଉପରେ ମତ ରଖିଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଅନୁଷ୍ଠିତ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆଡମିନିଷ୍ଟ୍ରେଟିଭ୍ ଡାଇରେକ୍ଟର ଭୂୟଶୀ ପ୍ରଶଂସା କରିଥିଲେ । ଉପାଧ୍ୟକ୍ଷ ଶ୍ରୀ ବାରିକଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଶେଷରେ ଛାତ୍ର ଭୋଲାଶଙ୍କର ହାତୀ ଧନ୍ୟବାଦ ଅର୍ପଣ କରିଥିଲେ ।



