

ସୂଚନା ଓ ଲୋକସମ୍ପର୍କ ଉପ-ନିର୍ଦ୍ଦେଶିକାଙ୍କ ପଦ୍ମପୁର ଗସ୍ତ
ପଦ୍ମପୁର : ତା୩୧.୦୭.୨୦୨୫ ଦିନ ସୂଚନା ଓ ଲୋକସମ୍ପର୍କ ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମତୀ କଲ୍ୟାଣୀ ଦାସ ଏକ ଦିନିକିଆ ଗସ୍ତରେ ବରଗଡ ଜିଲ୍ଲା ପଦ୍ମପୁରକୁ ଆସି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗର କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏହି ଅବସରରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ମହେନ୍ଦ୍ର ସାହୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିବା ସହିତ କାର୍ଯ୍ୟାଳୟର ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଶ୍ରୀମତୀ ଦାସ ସୂଚନା କେନ୍ଦ୍ର ଓ ପାଠାଗାର ମଧ୍ୟ ପରିଦର୍ଶନ କରିଥିଲେ । ଏହି ସମୟରେ ବିଭାଗୀୟ କର୍ମଚାରୀ ରାୟସିଂ ମାଝୀ, ପୂର୍ବତନ କର୍ମଚାରୀ, ନୂଆ ସାହୁ ଓ ଅନ୍ୟ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।


