

ଅନ୍ତରାଷ୍ଟ୍ରୀୟ ମିତ୍ର ଦିବସ ପାଳନ ଅବସରରେ ଗୀତ ସଙ୍ଗୀତକାରଙ୍କ ଜନ୍ମଦିନ ପାଳନ
ସମ୍ବଲପୁର : ପଶ୍ଚିମ ଓଡିଶା ଦଳିତ ସୁରକ୍ଷା ପରିଷଦ ଆନୁକୂଲ୍ୟରେ ସମ୍ବଲପୁର ସ୍ଥାନୀୟ ଜିଲ୍ଲା ସାମ୍ବାଦିକ ଭବନ ଠାରେ ଅଧ୍ୟକ୍ଷ ନିହାଲ ସିଂଙ୍କର ଅଧ୍ୟକ୍ଷତାରେ ଅନ୍ତରାଷ୍ଟ୍ରୀୟ ମିତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କଳା ଜଗତର ଜଣେ ଅନନ୍ୟ ସାଧକ ଲୋକକଲା ସଙ୍ଗୀତ ନିର୍ଦ୍ଦେଶକ ତଥା ଆକାଶବାଣୀ ସମ୍ବଲପୁରର ସ୍ବୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ରମେଶ ସୁନାଙ୍କ ଜନ୍ମଦିନ ତରଭୁଜ ଫଳ କଟି ଏକ ନିଆରା ଢଙ୍ଗରେ ପାଳିତ ହୋଇଥିଲା ଯାହା କଳାପ୍ରେମୀ, କଳାକାର ମାନଙ୍କ ପାଇଁ ଏକ ପ୍ରେରଣାର ଉତ୍ସ। ଉକ୍ତ ସଭାରେ ବିଶିଷ୍ଟ ଗୀତିକାର ତଥା ଅନୁବାଦକ କ୍ଷେତ୍ରମଣି ବିଭାର ଅତିଥି ପରିଚୟ, ସ୍ବାଗତ ବକ୍ତବ୍ୟ ସହିତ ସଭା ପରିଚାଳନା ଦାୟୀତ୍ବ ତୁଳାଇଥିବା ବେଳେ ଶେଷରେ କଣ୍ଠଶିଳ୍ପୀ ମିନାକ୍ଷୀ ରାଉତଙ୍କ କଣ୍ଠରୁ ଏକ ଗୀତ ଝରିବା ପରେ କାର୍ଯ୍ୟକ୍ରମର ସମାପ୍ତି ଘୋଷିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଆକାଶବାଣୀ ସଙ୍ଗୀତ ବିଭାଗୀୟ ପୂର୍ବତନ ଅତିରିକ୍ତ ଅଧିକାରୀ ପ୍ରଫୁଲ୍ଲ ମାଝୀ, ଗୀତିକାର ଶିବ ଶଙ୍କର ପ୍ରଧାନ, କଣ୍ଠଶିଳ୍ପୀ ଶତୃଘନ ଲୁହା, ବଂଶୀ ବାଦକ କୃଷ୍ଣଚନ୍ଦ୍ର ସେନ୍ଦ୍ରିଆ, ଅର୍ଜ୍ଜୁନ ମେହେର, ଦିଲ୍ଲିପ ବାଗ, ଅଫିସର ହରିପାଲ, ଜଗନ୍ନାଥ କୁମ୍ଭାର, ବିପ୍ର ଜୟପୁରିଆ, ବସନ୍ତ କୁମାର ସାହୁ, ଅରୁଣ ମେଣ୍ଡଲି, ସରୋଜ ମହାକୁଡ, ଗଦାଧର ନିଆଲ, ରମେଶ ପ୍ରସାଦ ମେହେର, ଭକ୍ତ, ରୂପାଞ୍ଜଳୀ ରନବିଡା, ହେମନ୍ତ ମହାନନ୍ଦିଆ, ଯୋଗେନ୍ଦ୍ର ମଲ୍ଲିକ ସମେତ ତାଙ୍କୁ ଭଳ ପାଉଥିବା ବିଶିଷ୍ଟ କଳାକାର, କବି, କଳାପ୍ରେମୀ, ପ୍ରଶଂସକ ଉପସ୍ଥିତ ରହି ଗୀତ ସଙ୍ଗୀତକାର ଶ୍ରୀ ସୁନାଙ୍କୁ କବିତା, ଗୀତ, ଉପହାର, ଉପମା ତଥା ଅଭିଭାଷଣ ମାଧ୍ୟମରେ ଦିର୍ଘାୟୁ କାମନା ପୂର୍ବକ କଳା ଜଗତରେ ଉତ୍ତରୋତ୍ତର ଉନ୍ନତି ନିମିତ୍ତ ଜନ୍ମଦିନର ଆନ୍ତରିକ ଶୁଭେଚ୍ଛା ଜ୍ଞାପନ କରିଥିଲେ । ଏହି ଅବସରରେ ପାରସ୍ ହରିପାଲ ଓ ସାଥୀ କଳାକାରଗଣ ଗୀତବାଦ୍ୟ କାର୍ଯ୍ୟକ୍ରମର ବାଦ୍ୟଯନ୍ତ୍ରରେ ବିଶେଷ ସହଯୋଗ କରିଥିଲେ ।





