ତାଳପଦର ରାଜସ୍ବନିରୀକ୍ଷକ ଙ୍କ ବଦଳି ପାଇଁ ଦାବୀପତ୍ର

ତାଳପଦର ରାଜସ୍ବନିରୀକ୍ଷକ ଙ୍କ ବଦଳି ପାଇଁ ଦାବୀପତ୍ର

ବିଜେପୁର : ବରଗଡ ଜ଼ିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ରାଜସ୍ବ କାର୍ଯ୍ୟାଳୟରେ ଅବସ୍ଥାପିତ ଆର୍‌ଆଇଙ୍କୁ ଅନ୍ୟତ୍ର ବଦଳି ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି । ତାଲପଦର ରାଜସ୍ବ ନିରିକ୍ଷକ ସର୍କଲ ଅଞ୍ଚଳର ଲୋକଙ୍କ ଅଭିଯୋଗ ଅନୁସାରେ ରାଜସ୍ବ ନିରୀକ୍ଷକ ପ୍ରିୟଙ୍କା ଯଶ୍ୱାଳ ଲୋକଙ୍କୁ ଠିକ୍ ଭାବେ ସେବା ଯୋଗାଉନାହାନ୍ତି । ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ କୌଣସି ପ୍ରମାଣପତ୍ର ପାଇଁ ଅସହଯୋଗ କରୁଥିବାରୁ ସେମାନେ ହଇରାଣ ହରକତ କରୁଛନ୍ତି । ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତେଣୁ ସଂପୃକ୍ତ ଆର୍‌ଆଇଙ୍କୁ ଅନ୍ୟତ୍ର ବଦଳି ପାଇଁ ତାଳପଦର, ସାନବାଉଁଶେନ ଏମ.ଶ୍ରୀଗିଡ଼ା ଗ୍ରାମପଂଚାୟତ ର ଲୋକେ ବିଜେପୁର ତହସିଲଦାର ମୁକ୍ତେଶ୍ବର ପାଣିଗ୍ରାହୀଙ୍କୁ ଭେଟି ଦାବୀପତ୍ର ଦେଇଛନ୍ତି। ଉକ୍ତ ଦାବୀପତ୍ରର ଏକକିତା ନକଲ ପଦ୍ମପୁର ଉପ-ଜିଲ୍ଲାପାଳ ଓ ବରଗଡ଼ ଜିଲ୍ଲାପାଳଙ୍କୁ ମଧ୍ୟ ପ୍ରଦାନ କରାଯାଇଥିବାର ଉଲ୍ଲେଖ ରହିଛି ।

Leave a Comment

Your email address will not be published. Required fields are marked *

Scroll to Top