

ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ
ବିଜେପୁର : ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଟି.ଗଣ୍ଡପାଲ ସରକାରୀି ଉ.ପ୍ରା ବିଦ୍ୟାଳୟରେ ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ, ଶିକ୍ଷକ/ଶିକ୍ଷୟିତ୍ରୀ, ଏସ୍.ଏମ୍.ସି ଚେୟାରପର୍ସନଙ୍କ ସମେତ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ । ପଣସ, କାଜୁ, କରଞ୍ଜ, ଆମ୍ବ, ନିମ୍ବ, ପିଜୁଳୀ, କୁଲେର, ଅଶ୍ବଗନ୍ଧା, ଜାମୁଗଛ ଆଦି ପ୍ରାୟ ୫୦ ରୁ ଉର୍ଦ୍ଧ ଚାରାରୋପଣ କରାଯାଇଥିଲା । ବୃକ୍ଷରୋପଣ ପରେ ପ୍ରଧାନ ଶିକ୍ଷକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଚେତନ ସଭାରେ ବୃକ୍ଷର ଉପାଦେୟତା ତଥା ଏହାର ଆବଶ୍ୟକତା ଉପରେ ଆଲୋଚନା କରାଯାଇଥିଲା । ଶେଷରେ ବରିଷ୍ଠ ଶିକ୍ଷକ ଶରତ କୁମାର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।



