

କାର୍ଗିଲ୍ ବିଜୟ ଦିବସ ଅବସରରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ
ବରଗଡ଼ : କାର୍ଗିଲ୍ ବିଜୟ ଦିବସର ୨୬ ତମ ବାର୍ଷିକୀ ଉପଲକ୍ଷେ ଭାରତ ସରକାରଙ୍କ ଯୁବ କାର୍ଯ୍ୟ ଓ କ୍ରୀଡା ମନ୍ତ୍ରଣାଳୟ ର ବରଗଡ ମେରା ଯୁବା ଭାରତ ତରଫରୁ ଆରଏସଇଟିଆଇ ପରିସରରେ ଏକ ସ୍ମୃତିଚାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିବା ଅନୁଭବି ପ୍ରଶିକ୍ଷକ ସୁଷମା ପ୍ରଧାନ ଓ ମମତା ଦାଶ କାର୍ଗିଲ୍ ଯୁଦ୍ଧରେ ଶହୀଦମାନଙ୍କର ଅମର ତ୍ୟାଗ ଓ ସାହସର କାହାଣୀ ବର୍ଣ୍ଣନା କରି ଉପସ୍ଥିତ ଯୁବକମାନଙ୍କୁ ପ୍ରେରଣା ଦେଇଥିଲେ । ସେମାନେ ଦେଶପ୍ରେମ ଓ ଜାତୀୟ ସ୍ୱାଭିମାନର ମହତ୍ୱ ଉପରେ ଆଲୋକପାତ କରିଥିଲେ ।


କାର୍ଯ୍ୟକ୍ରମରେ ଯୁବପିଢିଙ୍କୁ ଦେଶଭକ୍ତି ଓ ସ୍ବାବଲମ୍ବନର ବାର୍ତ୍ତା ପ୍ରେରଣ କରାଯାଇଥିଲା । ଏହି ଅବସରରେ ଅନେକ ଯୁବକ ଓ ସ୍ଥାନୀୟ ନାଗରିକ ଉପସ୍ଥିତ ରହି କାର୍ଗିଲ୍ ଯୁଦ୍ଧରେ ସଫଳତା ଅର୍ଜନ କରିଥିବା ଭାରତୀୟ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କାର୍ଯ୍ୟକ୍ରମଟି ଦେଶପ୍ରେମର ଉଷ୍ମ ପରିବେଶରେ ସମାପିତ ହୋଇଥିଲା ।





