

ରେଡିଏନ୍ସ ରେ ବିଶ୍ବ ଯୁବ ଦକ୍ଷତା ଦିବସ ପାଳିତ
ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ରେଡିଏନ୍ସ ଇନଷ୍ଟିଚ୍ୟୁଟ ଠାରେ ରେଡିଏନ୍ସ୍ ଇନଷ୍ଟିଚ୍ୟୁଟ ଓ ମେରା ଯୁବା ଭାରତ, ବରଗଡ ର ମିଳିତ ପ୍ରୟାସରେ ଅଦ୍ୟ ତା.୧୫.୦୭.୨୦୨୫ ଦିନ ବିଶ୍ୱ ଯୁବ ଦକ୍ଷତା ଦିବସ ଉତ୍ସାହର ସହିତ ପାଳିତ ହୋଇଯାଇଛି । ଯୁବକ ମାନଙ୍କୁ ଦକ୍ଷତା ବିକାଶ ମାଧ୍ୟମରେ ନିଯୁକ୍ତି ଓ ନୂତନତ୍ୱ ସୃଷ୍ଟି ପାଇଁ ପ୍ରେରଣା ଦେବା ଉଦ୍ଦେଶ୍ୟ ରହିଥିବା ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରେଡିଏନ୍ସ୍ ର ଏକାଡେମିକ୍ ଡାଇରେକ୍ଟର ଗୋବିନ୍ଦ ମେହେର ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ମେରା ଯୁବା ଭାରତ ର ସହ ଜିଲ୍ଲା ଯୁବ ଅଧିକାରୀ କମଲ ସା ଏବଂ ରେଡିଏନ୍ସ ର ଶାରୀରିକ ଶିକ୍ଷା ଶିକ୍ଷକ ସୁବ୍ରତ ବାରିକ ଉପସ୍ଥିତ ରହି ଯୁବକମାନଙ୍କୁ ଦକ୍ଷତା ଓ ସଶକ୍ତିକରଣ ବିଷୟରେ ମୂଲ୍ୟବାନ ମତ ପ୍ରଦାନ କରିଥିଲେ । ଏହି ଅବସରରେ ବକ୍ତୃତା, ଦକ୍ଷତା ପ୍ରଦର୍ଶନା, ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଶିକ୍ଷା ଓ ପ୍ରଶିକ୍ଷଣ ମାଧ୍ୟମରେ ସ୍ୱାବଲମ୍ବୀ ଓ ଦକ୍ଷ ଯୁବ ସମାଜ ଗଠନ ଉପରେ ଗୁରୁତ୍ୱାରୋପ ଥିଲା । ଆମ ଯୁବକମାନଙ୍କୁ ଉପଯୁକ୍ତ ଦକ୍ଷତା ପ୍ରଦାନ କରିବା ହେଉଛି ଏକ ପ୍ରଗତିଶୀଳ ରାଷ୍ଟ୍ରର ମୂଳଦୁଆ ବୋଲି ଏକାଡେମିକ୍ ଡାଇରେକ୍ଟର ଶ୍ରୀ ମେହେର ବକ୍ତବ୍ୟ ରଖିଥିବା ବେଳେ ଯୁବ ଅଧିକାରୀ ଶ୍ରୀ ସା ମେରା ୟୁବା ଭାରତ ପରି ସରକାରୀ ଉଦ୍ୟମକୁ ଆଲୋକପାତ କରି ଯୁବକମାନଙ୍କ ବିକାଶ ପାଇଁ ସରକାରଙ୍କ ପ୍ରୟାସ ସମ୍ପର୍କରେ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀମାନଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରି ବିକଶିତ ଭାରତର ଦୃଷ୍ଟିକୋଣରେ ଯୋଗଦାନ ଦେବାକୁ ଆହ୍ୱାନ ଦିଆଯାଇଥିଲା । ଉପସ୍ଥିତ ସମସ୍ତଙ୍କୁ ଦକ୍ଷତା ବିକାଶର ସୁଯୋଗକୁ ଗ୍ରହଣ କରିବାକୁ ପ୍ରେରଣା ଦିଆଯିବା ସହିତ କାର୍ଯ୍ୟକ୍ରମଟି ସୁଚାରୁ ରୂପେ ସଫଳ ହୋଇଥିଲା ।





