ସ୍ବର୍ଗତ ଶିକ୍ଷକଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇଲେ ରାଜ୍ୟ ସଂଘ

ସ୍ବର୍ଗତ ଶିକ୍ଷକଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇଲେ ରାଜ୍ୟ ସଂଘ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବଥର୍ଲା ନିବାସୀ କାର୍ଯ୍ୟରତ ଶିକ୍ଷକ ସ୍ବର୍ଗତ ଆଭାସ ପ୍ରଧାନଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇଲେ ଓଡିଶା ଏଲିମେଣ୍ଟାରୀ ଶିକ୍ଷକ ସଂଘ(ଏସଏସଡି) ର କର୍ମକର୍ତ୍ତା । ସ୍ବର୍ଗତ ପ୍ରଧାନ ୨୦୧୪ ମସିହାରୁ ଶିକ୍ଷା ସହାୟକ ଭାବରେ କାର୍ଯ୍ୟାରମ୍ଭ କରି ବନେଇମୁଣ୍ଡା ଉଚ୍ଚ ବିଦ୍ୟାଳୟ (ଏସଏସଡି) ରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ଗତ ତା.୩୦.୦୬.୨୦୨୫ ରିଖରେ ସ୍ବର୍ଗତ ପ୍ରଧାନ ସ୍ବର୍ଗାରୋହଣ କରିଥିଲେ । ଏହି ଖବର ପାଇ ରାଜ୍ୟ ସଂଗଠନର ସଭାପତି ସତ୍ୟବାନ୍ ପତି, ସମ୍ପାଦକ ଚିତ୍ତରଞ୍ଜନ ମହାନ୍ତି, କାର୍ଯ୍ୟକର୍ତ୍ତା ସୁଜିତ୍ କୁମାର ଦାଶ, ବଲାଙ୍ଗିର ଜିଲ୍ଲାରୁ ଶିକ୍ଷକ ଅନଙ୍ଗ ନାଗ, ଶିକ୍ଷକ ନିରଞ୍ଜନ ଭୋଇ, ଶିକ୍ଷକ ଛବିଲାଲ ମେହେର, ଶିକ୍ଷୟତ୍ରୀ ପ୍ରମୋଦିନି ରଣା, ଶିକ୍ଷକ ଆଲୋକ ପଣ୍ଡା ପ୍ରମୁଖ ପହଞ୍ଚି ତାଙ୍କ ପରିବାରକୁ କିଛି ଆର୍ଥିକ ସହାୟତା ପ୍ରଦାନ ସହିତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ ଏବଂ ସ୍ବର୍ଗତ ପ୍ରଧାନଙ୍କ ସ୍ମୃତିରେ ପରିବାରଙ୍କ ସହ ମିଶି ଏକ ବୃକ୍ଷରୋପଣ କରିଥିଲେ ।

Oplus_131072

Leave a Comment

Your email address will not be published. Required fields are marked *

Scroll to Top