ବିଜେପୁର ଏନ୍.ଏ.ସି କାର୍ଯ୍ୟାଳୟ ଗୃହଉଦଘାଟିତ

ବିଜେପୁର ଏନ୍.ଏ.ସି କାର୍ଯ୍ୟାଳୟ ଗୃହ
ଉଦଘାଟିତ

ବିଜେପୁର/ବରଗଡ଼ : ବରଗଡ ଜିଲ୍ଲା ବିଜେପୁର ପ୍ରକୃତି ବିହାର ଅଞ୍ଚଳରେ ନବ ନିର୍ମିତ ଏନ୍.ଏ.ସି କାର୍ଯ୍ୟାଳୟ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସନତ କୁମାର ଗଡତିୟାଙ୍କ କରକମଳରେ ଉଦଘାଟିତ ହୋଇଯାଇଛି । ଏହି ଶୁଭ ଅବସରରେ ସ୍ଥାନୀୟ ବିଡ଼ିଓ ସରୋଜ ବିଶ୍ୱାଳ, ଥାନା ଅଧିକାରୀ ସୁଶାନ୍ତମଣି ମହାନ୍ତି, ଏସଆଇ ଜଗା ବରିହା ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ଟଙ୍କା ଅନୁଦାନରେ ନିର୍ମିତ ଏହି କାର୍ଯ୍ୟାଳୟ ଗୃହ ଉଦଘାଟନ ଅବସରରେ ସମ୍ମାନୀତ ଅତିଥି ଭାବେ ବରଗଡ ଜିଲ୍ଲା ପ୍ରୋଜେକ୍ଟ ଡାଇରେକ୍ଟର ଲଲାଟ କୁମାର ଲୁହା, ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ବିଜ୍ଞ ବିଭୁଦତ୍ତ ସାହୁ, ଅଧ୍ୟକ୍ଷା ଶ୍ରୀମତୀ ସୀତା ବାରିକ, ସୁଶ୍ରୀ ପ୍ରିୟଙ୍କା ବେହେରା ପୈାର ଯନ୍ତ୍ରୀ ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜେପୁର, ଅଜୟ କୁମାର ପାତ୍ର ସହକାରୀ ଯନ୍ତ୍ରୀ ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜେପୁର ଯୋଗଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ଉପାଧ୍ୟକ୍ଷ ଉମାକାନ୍ତ ବେସନ, ପରିମଳ ବିଭାଗୀୟ ଅଧିକାରୀ ଅର୍ଜୁନ ସିଂ, ଡାଟା ଏଣ୍ଟ୍ରି ଅପରେଟର ଦିବ୍ୟ କିଶୋର ପୁରୋହିତ, ରଞ୍ଜନ ସାହୁ, ଜମାଦାର ଦିନବନ୍ଧୁ ପଣ୍ଡା, ସିଓ ଛନ୍ଦାମିତ୍ରା ମିଶ୍ର, ଲିଙ୍ଗରାଜ ମେହେର, ସାନିଟ୍ରାଇଜର ସୁପଭାଇଜର ତୁଷାର କାନ୍ତ ମେହେର, ମୋତିଲାଲ ଖମାରୀ, ଟୁଲିଭ୍ ବିନୋଦ ସିଂ ପ୍ରମୁଖ ଉପସ୍ଥିତ ଥିବାବେଳେ, ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜେପୁର କାଉନସିଲର ସୁଦେବୀ ଭୋଏ, ହରିପ୍ରୀୟା ଭୋଏ, ହରି ବିଶ୍ୱାଳ, ଦୀପକ ପାଣିଗ୍ରାହୀ, ପ୍ରଶାନ୍ତ ପଧାନ, ପଦ୍ମିନୀ ଲୁହା, ସମାରୀ ମେହେର, ଇଲାବତୀ ପଧାନ, ରେଣୁକା ସାହୁ, ରାଜୁ ଅଦାବର ଉପସ୍ଥିତ ଥିଲେ । ଏହା ପରେ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଗଡତିୟା ଏକ ଟାଉନ ହଲ ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସୁଚାରୁରୂପେ ସମାପିତ ଉକ୍ତ ଉତ୍ସବରେ ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top