

କେଉଁଟିପାଲିରେ ମାସିକ ଆର୍ଯ୍ୟଯଜ୍ଞ ଅନୁଷ୍ଠିତ
ବିଜେପୁର : ବରଗଡ ଜିଲ୍ଲା ବିଜେପୁର ଏନ୍.ଏ.ସି ଅନ୍ତର୍ଗତ କେଉଁଟିପାଲି ଠାରେ ପ୍ରତି ମାସ ଭଳି ଅଦ୍ୟ ପବିତ୍ର ଆଷାଢ଼ ଅମାବାସ୍ୟା ଦିନ ସକାଳ ୧୦ ଘଣ୍ଟା ରୁ ଅପରାହ୍ନ ୨ ଘଣ୍ଟା ପର୍ଯ୍ୟନ୍ତ ବାନପ୍ରସ୍ଥୀ ଡଗର ମେହେର ଓ ଲଳିତା ମେହେରଙ୍କ ଉଦ୍ୟମରେ ସତ୍ୟ ସନାତନ ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ସମ୍ପୃକ୍ତ ମେହେର ଦମ୍ପତି ୧୯୯୧ ମସିହାରୁ ଆର୍ଯ୍ୟ ସମାଜର ଶାଖା ସ୍ଥାପନ ସହିତ ୨୦୦୮ ମସିହାରୁ ଦୈନିକ ଅଗ୍ନିହୋତ୍ର ସହିତ ପ୍ରତି ଅମାବାସ୍ୟା ଦିନ ଯଜ୍ଞ କରି ଆସୁଛନ୍ତି । ଆଜି କାର୍ଯ୍ୟକ୍ରମରେ ଆଚାର୍ଯ୍ୟ ସୋମଦତ୍ତ ଶାସ୍ତ୍ରୀ ବରଗଡ଼, ପଶ୍ଚିମ ଓଡ଼ିଶାର ମହିଳା ପ୍ରଚାରିକା ଆରତୀ ଆର୍ଯ୍ୟା ଡୁଙ୍ଗୁରୀପାଲି, ବ୍ରହ୍ମାନନ୍ଦ ନାୟକ ପାଣିମୋରା, ବ୍ରହ୍ମଚାରିଣୀ କନକ ଅତିଥି ଭାବରେ ଯୋଗଦାନ କରିଥିଲେ । ରାମଚନ୍ଦ୍ର ମେହେର ଓ ଝରଣା ମେହେର ଏବଂ ଗଙ୍ଗାଧର ମେହେର ଓ ସୁରଭି ମେହେର ଦମ୍ପତ୍ତି ଦ୍ବୟ କର୍ତ୍ତା ଭାବେ ଦାୟିତ୍ବ ତୁଳାଇଥିଲେ । ପୂଜା, ହୋମ, ପ୍ରବଚନ, ଭଜନ କାର୍ଯ୍ୟକ୍ରମ ପରେ ପ୍ରସାଦସେବନ ସହିତ ଯଜ୍ଞ କାର୍ଯ୍ୟକ୍ରମର ପରିସମାପ୍ତି ହୋଇଥିଲା ।





