ବରିଷ୍ଠ ନାଗରିକ ସଂଘର ଯୋଗ ଦିବସ ପାଳନ

ବରିଷ୍ଠ ନାଗରିକ ସଂଘର ଯୋଗ ଦିବସ ପାଳନ

ବିଜେପୁର/ବରଗଡ : ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ ଅବସରରେ ବରଗଡ ଜିଲ୍ଲା ବିଜେପୁର ବରିଷ୍ଠ ନାଗରିକ ସଂଘ ଭବନ ଠାରେ ସଂଘ ତରଫରୁ ଏକ ଯୋଗ ଶିବିର ଆୟୋଜିତ ହୋଇଥିଲା । ଯୋଗେଶ ଚନ୍ଦ୍ର ମେହେରଙ୍କ ତତ୍ତ୍ବାବଧାନ ତଥା ପରିଚାଳନାରେ ବରିଷ୍ଠ ନାଗରିକମାନେ ସକାଳ ୫:୩୦ ରୁ ୭:୩୦ ପର୍ଯ୍ୟନ୍ତ ଯୋଗ ଅଭ୍ୟାସ କରିଥିଲେ । ଯୋଗ ଶରିରକୁ ସୁସ୍ଥ ଓ ମନକୁ ପ୍ରଫୁଲ୍ଲ ରଖିଥାଏ । ତେଣୁ ସମସ୍ତେ ବ୍ୟାୟାମ ଓ ପ୍ରାଣାୟମ ବଳରେ ଶରୀରକୁ ସୁସ୍ଥ ଓ ନୀରୋଗ ରଖିପାରିବା । ଶ୍ରୀଯୁକ୍ତ ମେହେରଙ୍କ ମତରେ ଆରୋଗ୍ୟ ଆମର ଜନ୍ମସିଦ୍ଧ ଅଧିକାର । ତେଣୁ ଯୋଗ କରନ୍ତୁ ଓ ନୀରୋଗ ରହନ୍ତୁ। ଏହି ଅବସରରେ ସଂଘ ସଭାପତି ନବକିଶୋର ସାହୁଙ୍କ ଯୋଗ ଆଧାରିତ କବିତା ପାଠ ପରେ ପ୍ରଣବ ଧ୍ବନୀ “ଓଁ”କାର ରୁ ଆରମ୍ଭ ହୋଇ ବିଭିନ୍ନ ଯୋଗ ଓ ପ୍ରାଣାୟମ ପରେ ଶେଷରେ ଶାନ୍ତିପାଠ ପୂର୍ବକ ଶିବିର ସମାପ୍ତ ହୋଇଥିଲା । ଏଥିରେ ସଦାନନ୍ଦ ପଧାନ, ଡାକ୍ତର ଧନେଶ୍ବର ରଥ, ପ୍ରେମରାଜ ପଟେଲ, ପ୍ରଫୁଲ୍ଲ ଚନ୍ଦ୍ର ଦାଶ, ଭୋଜରାଜ ସାହୁ, ପ୍ରଦୀପ କୁମାର ଗୁରୁ, ଅଜିତ କୁମାର ସାହୁ, ଅଶ୍ବିନୀ କୁମାର ପଧାନ, ହିମାଦ୍ରୀ ବିହାରୀ ବେହେରା, ଆନନ୍ଦ ଚନ୍ଦ୍ର ସାହୁ, ସୁରେନ୍ଦ୍ର ବେହେରା, ଲବଣୀ ବିଶି ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top