ବିଜେପୁର ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଯୋଗଦିବସ ପାଳନ

ବିଜେପୁର ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଯୋଗଦିବସ ପାଳନ

ବିଜେପୁର/ବରଗଡ : ସୁସ୍ଥ ରହିବା, ନିରୋଗ ରହିବା । ଯୋଗ ଦିବସର ଥିମ୍ ହେଉଛି “ଏକ ପୃଥିବୀ, ଏକ ସ୍ବାସ୍ଥ୍ୟ। ଯୋଗ ଶରିରକୁ ସୁସ୍ଥ ଓ ମନକୁ ପ୍ରଫୁଲ୍ଲ ରଖିଥାଏ । ସମସ୍ତେ ପ୍ରତିଦିନ ଯୋଗ ତଥା ବ୍ୟାୟାମ କରି ସୁସ୍ଥ ରହିବା ଉଚିତ । ଆଧୁନିକ ଅର୍ଥରେ ଯୋଗ ଏକ ବ୍ୟାପକ ବିଜ୍ଞାନ । ପ୍ରାୟଃ ୫୦୦୦ ବର୍ଷ ପୂର୍ବରୁ ଭାରତୀୟ ମାନେ ଯୋଗ ସହିତ ଜଡିତ ବୋଲି ଇତିହାସ ସୂତ୍ରରୁ ଜାଣିବାକୁ ମିଳେ । ୨୧ ଜୁନ୍ କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯିବା ପାଇଁ ମୋଦି ପ୍ରସ୍ତାବ ଦେଇଥିବା ବେଳେ ଖୁବ୍ କମ୍ ସମୟରେ ଏହାକୁ ୧୭୫ ଟି ଦେଶ ସମର୍ଥନ ଦେଇଥିଲେ ।

ଏହି ଅବସରରେ ବରଗଡ ଜିଲ୍ଲା ବିଜେପୁର ସ୍ଥାନୀୟ ଇନ୍ଡୋର ଷ୍ଟାଡିୟମ୍ ଠାରେ ବ୍ଲକ ସ୍ତରୀୟ ଯୋଗ ଦିବସ ପାଳନ କରାଯାଇଥିଲା । ବିଜେପୁର ବିଡିଓ ସରୋଜ କୁମାର ବିଶ୍ବାଳଙ୍କ ଆହ୍ବାନ କ୍ରମେ ବ୍ଲକ କର୍ମଚାରୀ ବିଜେପୁର କଲେଜ ବିଜେପୁର, ରେଡିଏନ୍ସ୍ ଶିକ୍ଷାନୁଷ୍ଠାନ ବିଜେପୁରର ଅଧ୍ୟାପକ, ଛାତ୍ରଛାତ୍ରୀ, ତହସିଲ ଅଫିସ୍, ଏନ୍.ଏ.ସି, ଥାନା, ସି.ଡି.ପି.ଓ, ବି.ଇ.ଓ, ପ୍ରାଣୀ ଚିକିତ୍ସା କେନ୍ଦ୍ର, ଅଗ୍ମିଶମ ବିଭାଗର କର୍ମଚାରୀ, ଏନ୍.ଏ.ସି, ଏନ୍.ଏସ୍.ଏସ୍, ୟୁଥ୍ ରେଡକ୍ରସ ସୋଶାଇଟି ତଥା ବିଭିନ୍ନ ଗୋଷ୍ଠୀ, ଅନୁଷ୍ଠାନର ସଦସ୍ୟ, ସାଧାରଣ ଜନତା ଉପସ୍ଥିତ ଥିଲେ । ବିଜେପୁର କଲେଜର ଯୋଗ ତଥା କ୍ରୀଡା ଶିକ୍ଷକ ସାନନ୍ଦ ସେଠ, ରେଡିଏନ୍ସ୍ ଶିକ୍ଷାନୁଷ୍ଠାନର ଯୋଗ ତଥା କ୍ରୀଡା ଶିକ୍ଷକ ସୁବ୍ରତ ବାରିକ ଓ ଏକାଡେମିକ୍ ଡାଇରେକ୍ଟର୍ ଗୋବିନ୍ଦ ମେହେରଙ୍କ ଠାରୁ ସମସ୍ତେ ଯୋଗ ସାଧନ ତଥା ଶିକ୍ଷା ଗ୍ରହଣ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top