କୈବର୍ତ୍ତ ମହାସଙ୍ଘର ନୂତନ କର୍ମକର୍ତ୍ତା ଚୟନ

କୈବର୍ତ୍ତ ମହାସଙ୍ଘର ନୂତନ କର୍ମକର୍ତ୍ତା ଚୟନ

ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ଏସ.ଏଚ୍.ଜି ଭବନ ବ୍ଲକ ନିଖିଳ ଓଡ଼ିଶା କୈବର୍ତ୍ତ ମହାସଂଘର ବ୍ଲକ ସ୍ତରୀୟ ନୂତନ କର୍ମକର୍ତ୍ତା ଚୟନ ତଥା ପୁରାତନ କର୍ମକର୍ତ୍ତାଙ୍କ ସ୍ବତଃ ପ୍ରବୃତ ଭାବେ ପଦ ତ୍ୟାଗର ଏକ ସାଧାରଣ ଅଧିବେଶନ ନୃପରାଜ ବଢେଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । କୋଡିଏ ଘରିଆ କୈବର୍ତ୍ତ ସମାଜର ଇଷ୍ଟଦେବୀ ମାଁ ବୁଢୀ ସମଲେଇଙ୍କୁ ପୂଜାର୍ଚ୍ଚନା ପୂର୍ବକ ଉପସ୍ଥିତ ସମସ୍ତ ଜନତା ଜନାର୍ଦ୍ଦନ କୈବର୍ତ୍ତ ଗାଥା ଗାନ କରିଥିଲେ । ବୈଠକରେ ନିଖିଳ ଓଡ଼ିଶା କୈବର୍ତ୍ତ ମହାସଙ୍ଘର ବରଗଡ଼ ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ଦେବାର୍ଚ୍ଚନ ନାଏକ, ସମ୍ପାଦକ ଲାଲସାହେବ ସେଠ, ରାଜ୍ୟ ଯୁବ ସଂଗଠନର ସମ୍ପାଦକ ରଘୁ ପାଣ୍ଡେ, ରାଜ୍ୟ ଉପ-ସଭାପତି ବିକ୍ରମ ବିଶି, ଗାଇସିଲେଟ ବ୍ଲକ ସଭାପତି ଉପେନ୍ଦ୍ର ମୋହନ କାଲୁ, ବରଗଡ଼ ବ୍ଲକ ସଭାପତି ପୁରନ୍ଦର ସେଠ ତଥା ସୋହେଲା, ବରଗଡ଼, ବରପାଲି, ଗାଇସିଲେଟ, ବିଜେପୁଊ ବ୍ଲକର ୨୩ ଗୋଟି ପଞ୍ଚାୟତ ସମେତ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳର ପାଖାପାଖି ୫୦୦ ରୁୁ ଉର୍ଦ୍ଧ ଜାତିଭାଇ, ବନ୍ଧୁ ପରିଜନ ଉପସ୍ଥିତ ଥିଲେ । ଦୀର୍ଘ ୪୦ ବର୍ଷରୁ ବର୍ତ୍ତମାନ ସୁଦ୍ଧା ସଭାପତି କାର୍ଯ୍ୟ ସମ୍ପାଦନ କରି ଆସୁଥିବା ନୃପରାଜ ବଢ଼େଇ ଏବଂ ସମ୍ପାଦକ ସନ୍ତୋଷ ଦେହେରୀ ବୟସାଧିକ୍ୟ କାରଣ ଯୋଗୁଁ ସେମାନେ କାର୍ଯ୍ୟଭାର ଯୁବଗୋଷ୍ଠୀ ତଥା ଯୁବ ସୁଲଭ ମନୋଭାବ ରଖୁଥିବା ବ୍ୟକ୍ତି ବିଶେଷଙ୍କୁ କର୍ମକର୍ତ୍ତା ଚୟନ କରାଯିବା ନିମିତ୍ତ ସଭାରେ ସର୍ବସମ୍ମତିକ୍ରମେ ପ୍ରସ୍ତାବ ମାନ ଆଗତ ହୋଇଥିଲା । ସଭାର ନିଷ୍କର୍ସ ସ୍ବରୂପ ବିଜେପୁର ବ୍ଲକ ସ୍ତରୀୟ ନିଖିଳ ଓଡ଼ିଶା କୈବର୍ତ୍ତ ମହାସଙ୍ଘର ନୂତନ ସଭାପତି ଭାବେ ସୀତା ବାରିକ, ଉପ-ସଭାପତି ଜନାର୍ଦ୍ଦନ ଡନସନା, ସମ୍ପାଦକ ସୁଶାନ୍ତ କୁମାର ପାଣ୍ଡେ, ଯୁଗ୍ମ ସମ୍ପାଦକ ଯତୀନ୍ଦ୍ର ସେଠ, କୋଷାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ପାଣ୍ଡେ ମନୋନୀତ ହୋଇଥିବା ବେଳେ ଉପଦେଷ୍ଟା କମିଟିରେ ସର୍ବଶ୍ରୀ ନୃପରାଜ ବଢ଼େଇ, ସନ୍ତୋଷ ଦେହେରୀ, ନଥୁରାମ ବାରିକ, ଜନାର୍ଦ୍ଧନ ବାରିକ ତଥା ଜିଲ୍ଲା ଏବଂ ରାଜ୍ୟ ସ୍ତରୀୟ ସଂଯୋଜକ ରୂପେ ଧର୍ମରାଜ ମଲ୍ଲିକ ଓ ସାକଲ୍ୟ ଡନସନାଙ୍କୁ ଗୁରୁଦାୟିତ୍ବ ପ୍ରଦାନ କରାଯାଇଥିଲା ।

Leave a Comment

Your email address will not be published. Required fields are marked *

Scroll to Top