ଯୁବ ସମାଜ ଆଗେଇଲେ ସମାଜ ଆଗେଇବ
ବିଜେପୁର/ବରଗଡ : ହୋଟେଲ ରେଷ୍ଟଟୁରାଣ୍ଟ ବଦଳରେ ବୃଦ୍ଧାଶ୍ରମରେ ଜନ୍ମଦିନ ପାଳନ କଲେ ଯୁବ ସମାଜସେବୀ ରାଜେଶ । ଯୁବ ସମାଜ ପାଇଁ ଏକ ନୂତନ ପ୍ରେରଣା – ଯୁବ ସମାଜ ଆଗେଇଲେ ସମାଜ ଆଗେଇବ । ବର୍ତ୍ତମାନ ସମୟରେ ଯୁବ ଯୁବ ପିଢି ହୋଟେଲ ପାର୍କ ରେଷ୍ଟୁରେଣ୍ଟ ରେ ଜନ୍ମଦିନ ପାଳନ କରୁଥିବା ବେଳେ ଯୁବ ସମାଜସେବୀ ରାଜେଶ ପାଇକ ବୃଦ୍ଧାଶ୍ରମ ରେ ନିଜର ଜନ୍ମଦିନ ପାଳନ କରିଛନ୍ତି । ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ପାର୍ବତୀ ଗିରି ବୃଦ୍ଧାଶ୍ରମ ସମଲେଇପଦର ଠାରେ ସମାଜ ପାଇଁ କାମ କରୁଥିବା କର୍ଲେ ଗ୍ରାମର ଯୁବ ସମାଜସେବୀ ରାଜେଶ ପାଇକ ତାଙ୍କର ଜନ୍ମଦିନ ପାଳନ କରିବା ସହିତ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହିତ ସମୟ ଅତିବାହିତ କରି ଆତ୍ମତୃପ୍ତି ଲାଭ କରିଛନ୍ତି । ଏହି ଅବସରରେ ସମସ୍ତଙ୍କ ପାଇଁ ଥଣ୍ଡା ପାନୀୟ ଓ ଭୋଜନର ବ୍ୟବସ୍ଥା କରାଯାଇଥିବା ବେଳେ ସମସ୍ତେ ଏକାଠି ଅନ୍ତେବାସୀଙ୍କ ସହିତ ଦିନଟି ବିତାଇଥିଲେ । ବୃଦ୍ଧାଶ୍ରମର ପାଚିକା ଉଷା ପୁରୀ ନିଜ ହାତରେ ସମସ୍ତ ଅନ୍ନ ବ୍ୟଞ୍ଜନ ରୋଷେଇ କରିଥିଲେ ଏବଂ ସମସ୍ତେ ଭୋଜନ କରିଥିଲେ । ଜନ୍ମଦିନ ପାଳନ ସମୟରେ ପ୍ରଭାତ ରାଜହଂସ, ହୃଷିକେଷ ମହାନନ୍ଦ, ଦିନେଶ ମହାନନ୍ଦ, ଆକାଶ ମହାନନ୍ଦ, ମିଥୁନ ସୁନା ଆଦି ଉପସ୍ଥିତ ଥିଲେ । ବୃଦ୍ଧାଶ୍ରମରେ ଜନ୍ମଦିନ ପାଳନ କରି ସମାଜ କୁ ଏକ ପ୍ରେରଣା ଦେଇଥୁବାରୁ ଆଶ୍ରମ ର ପରିଚାଳକ ଜଳନ୍ଧର ପଟେଲ ଅନ୍ତେବାସୀଙ୍କ ତରଫରୁ ଯୁବ ସମାଜସେବୀ ରାଜେଶ ପାଇକଙ୍କ ମଙ୍ଗଳ କାମନା କରିଥିଲେ । ଆଜିକାର ଦିନରେ ଅତି କମ୍ ଲୋକେ ବୃଦ୍ଧାଶ୍ରମରେ ଜନ୍ମଦିନ ପାଳନ କରୁଛନ୍ତି । ଯୁବପିଢି ପାଇଁ ଏହା ଏକ ନୂତନ ବାର୍ତ୍ତା । ସମାଜ ସେବା କ୍ଷେତ୍ର ରେ ଯୁବ ପିଢି ଆଗେଇଲେ ସମାଜ ସୁଦୃଢ ଦୃଢ ହେବ ବୋଲି ଶ୍ରୀ ପାଇକ କହିଛନ୍ତି ।



