ସରକଣ୍ଡା ଗ୍ରାମରେ ଅଷ୍ଟ ପ୍ରହରୀ ନାମଯଜ୍ଞ ଉଦଯାପିତ

ସରକଣ୍ଡା ଗ୍ରାମରେ ଅଷ୍ଟ ପ୍ରହରୀ ନାମଯଜ୍ଞ ଉଦଯାପିତ

ସୋହେଲା/ବରଗଡ : ବରଗଡ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ସରକଣ୍ଡା ଗ୍ରାମର ଗଣ୍ଡାପଡା ରାଧାକୃଷ୍ଣ ସଂକୀର୍ତ୍ତନ୍ୟ ମଣ୍ଡଳୀରେ ଅଷ୍ଟ ପ୍ରହରୀ ନାମଯଜ୍ଞ ଉଦଯାପିତ ହୋଇଯାଇଛି । କର୍ତ୍ତା ଭାବେ ସପତ୍ନୀକ ଏକଲବ୍ୟ ହିଆଲ ଓ ମମତା ହିଆଲ ଏବଂ ସୁବାଷ ସାଗର ଓ ବନୀତା ସାଗର ଦୁଇଗୋଟି ଦମ୍ପତ୍ତି ଦାୟୀତ୍ବ ତୁଳାଇଥିଲେ । କଳାକାର ଭରାସାଗର ହୋମଯଜ୍ଞ ସମେତ ସମସ୍ତ ପୂଜାକାର୍ଯ୍ୟ ତୁଳାଇଥିବା ବେଳେ ହେମନ୍ତ ଗୁଆଲ ତାଙ୍କୁ ସହଯୋଗ କରିଥିଲେ । କୁନ୍ଦଲା, ଗ୍ରିଣ୍ଡୋଲା, ଦାମପାଲି, ଜାମଛାପର, ସରକଣ୍ଡା ବସ୍ତିର ପୁରୁଷ ଓଦଣ୍ଡ ଦଳ ଏବଂ ଡୁଙ୍ଗୁରିପାଲି ଓ ମହୁଲେ ଗ୍ରାମର ମହିଳା ଓଦଣ୍ଡ ସଂକୀର୍ତ୍ତନ୍ୟ ଦଳ ଯୋଗଦେଇ ନିଜ ନିଜର କଳା ପ୍ରଦର୍ଶନ କରି ମହାମନ୍ତ୍ର ଗାଇଥିଲେ । ଜଟଲା, ଡୁମ୍ବେରପାଲି, ବରିହାପାଲି ଆଦି ଆଖପାଖ ଗ୍ରାମର ଭକ୍ତମାନେ ଆସି ନାମ ଜପରେ ସହଯୋଗ କରିଥିଲେ । ଆଧ୍ୟାତ୍ମିକ ବାତାବରଣରେ ଉକ୍ତ ନାମଯଜ୍ଞ ମହାସମାରୋହରେ ସମ୍ପନ୍ନ ହୋଇଥିବା ବେଳେ ସନ୍ଧ୍ୟା ସମୟରେ ଡୁଙ୍ଗୁରିପାଲି ଓ ମହୁଲେ ଗ୍ରାମର ମହିଳା ସଂକୀର୍ତ୍ତନ୍ୟ ଦଳ ବୈଠକୀ ସଂକୀର୍ତ୍ତନ୍ୟ କଳା ପରିବେଷଣ କରିଥିଲେ । ସେବାରାମ ହିଆଲ ସରକଣ୍ଡା ରାଧାକୃଷ୍ଣ ସଂକୀର୍ତ୍ତନ୍ୟ ମଣ୍ଡଳୀର ମ୍ୟାନେଜର ଭାବେ ଦାୟୀତ୍ବ ତୁଳାଇଥିଲେ । ପଡାବାସୀଙ୍କ ସହଯୋଗରେ ଆୟୋଜିତ ଉକ୍ତ ନାମଯଜ୍ଞ କାର୍ଯ୍ୟକ୍ରମରେ ଗ୍ରାମ ଓ ଆଗପାଖ ଗ୍ରାମର ଭକ୍ତ ତଥା ସଂକୀର୍ତ୍ତନ୍ୟ କଳା ପିପାସୁମାନଙ୍କ ଭିଡ ରହିଥିବା ବେଳେ ସମସ୍ତଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ଥା କରାଯାଇଥିଲା । ଦୁଇଦିନ ଧରି ଚାଲିଥିବା ନାମଯଜ୍ଞ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଥିଲା ।

Oplus_131072

Leave a Comment

Your email address will not be published. Required fields are marked *

Scroll to Top