

ସିବିଏସଇ ଦଶମ ପରୀକ୍ଷାରେ ଓଏଭି, ଏମ୍.ଗଣ୍ଡପାଲି ବିଜେପୁରର ସଫଳତା
ବିଜେପୁର/ବରଗଡ଼ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ପ୍ରଥମ ବ୍ୟାଚ୍ ଦଶମ ଶ୍ରେଣୀ ପରୀକ୍ଷାରେ ଓଡିଶା ଆଦର୍ଶ ବିଦ୍ୟାଳୟ,ଏମ୍.ଗଣ୍ଡପାଲି, ବିଜେପୁରର ଚଳିତ ପ୍ରଥମ ବ୍ୟାଚ୍ ଦଶମ ଶ୍ରେଣୀ ପରୀକ୍ଷା ୨୦୨୫ ରେ ଛାତ୍ରଛାତ୍ରୀମେନେ ଅଭୂତପୂର୍ବ ସଫଳତା ହାସଲ କରି ବିଦ୍ୟାଳୟର ଗୌରବ ବଢାଇଛନ୍ତି । ମୋଟ ୭୮ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୬ ଜଣ ସଫଳ ହୋଇଥିବା ବେଳେ ୧୨ ଜଣ କମ୍ପପେଆରମେଣ୍ଟାଲ ପାଇଛନ୍ତି । ବିଦ୍ୟାଳୟର ପରୀକ୍ଷା ଫଳ ହାର ୮୪.୬% ହୋଇଥିବା ବେଳେ ଅଂଚଳ ତଥା ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏଥିରେ ଅନ୍ବେଷ ପଧାନ ସର୍ବୋଚ୍ଚ ୯୬.୬୦% ନମ୍ବର ରଖି ବିଦ୍ୟାଳୟର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ୯୩.୬୦% ନମ୍ବର ରଖି ଜୟ ଶଙ୍କର ସାହୁ ଦ୍ବିତୀୟ, ୯୩.୨୦% ନମ୍ବର ରଖି ତେଜସ ରାଓ ମୋରେ ତୃତୀୟ ଓ ଅଭିପ୍ସା ସାହୁ ୯୨.୦୦%, ଅଙ୍କିତ ସାହୁ ୯୧.୮୦% ନମ୍ବର ରଖି ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି । ଏ ଖବର ପାଇବା ମାତ୍ରେ କୃତି ବିଦ୍ୟାର୍ଥୀମାନଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟୁଛି ।



