

ପ୍ରଥମ ଅଭିଭାବକ-ଶିକ୍ଷକ ବୈଠକ
ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ସଙ୍କର୍ଷଣ ଉ.ପ୍ରା ବିଦ୍ୟାଳୟରେ ଏସ୍.ଏମ୍.ସି ଚେୟାରପର୍ସନ୍ ମହମ୍ମଦ ସିଦ୍ଦିକଙ୍କ ସଭାପତିତ୍ବରେ ପ୍ରଥମ ଶିକ୍ଷକ-ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଗୋଷ୍ଠୀ ଶିକ୍ଷାଧିକାରୀ ବଲ୍ଲଭ ମେହେର ଉପସ୍ଥିତ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ସୁଶାନ୍ତ କୁମାର ପାଣ୍ଡେ ଓ ସି.ଆର୍.ସି.ସି ନବୀନ କୁମାର ସାହୁ ଉପସ୍ଥିତ ଥିଲେ । ସହକାରୀ ଶିକ୍ଷକ ବିଡିଓ ସାହୁ ଅତିଥି ପରିଚୟ ସହିତ ସଭା ପରିଚାଳନା କରିଥିବା ବେଳେ ଦ୍ବିତୀୟ ଶ୍ରେଣୀ ଛାତ୍ରୀମାନଙ୍କ ଦ୍ବାରା “ଆମେ ଟିକି ପରଜାପତି” ସ୍ବାଗତ ସ୍ବାଗତ ନୃତ୍ୟ ପରିବେଷଣ କରିଥିଲେ । ଆଜିର ବୈଠକ ବିଦ୍ୟାଳୟ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଏକ ପ୍ରୟାସ ହୋଇଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଚାତ୍ରରେଖା ପଧାନ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ଅବସରରେ ସମାପ୍ତି ସୂଚକ ଆକଳନର ସହିତ ପ୍ରଗତିପତ୍ର ବଣ୍ଟନ କରାଯାଇଥିଲା । ଶେଷରେ ଶିକ୍ଷକ ଆନନ୍ଦ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ ।





