ବାଳିକା ଉଚ୍ଚ ବିଦ୍ୟାଳୟରେ PTA ମିଟିଙ୍ଗ

ବାଳିକା ଉଚ୍ଚ ବିଦ୍ୟାଳୟରେ PTA ମିଟିଙ୍ଗ

ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟିତ୍ରୀ ଶଙ୍କର ପଟେଲଙ୍କ ସଭାପତିତ୍ବରେ ଶିକ୍ଷକ/ଶିକ୍ଷୟିତ୍ରୀ ଅଭିଭାବକ/ଅଭିଭାବିକା ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଶିକ୍ଷାପ୍ରେମୀ ତଥା ଅବସରପ୍ରାପ୍ତ ବିନିକା ଗୋଷ୍ଠୀ ଶିକ୍ଷାଧିକାରୀ ଘନଶ୍ୟାମ ସାହୁ ଓ ତାଙ୍କ ଧର୍ମପତ୍ନୀ କାନ୍ତି ସାହୁ ଉପସ୍ଥିତ ରହି ଶିକ୍ଷକ ତଥା ଅଭିଭାବକଙ୍କୁ ଉତ୍ସାହିତ କରିଥିଲେ ଓ ଛାତ୍ରୀମାନଙ୍କ ଶୈକ୍ଷିକ ପ୍ରଗତି ନିମିତ୍ତ ବୈଠକରେ ଅଭିଭାବକ/ଅଭିଭାବିକାଙ୍କୁ ଉଦ୍ବୋଧନ ଦେଇଥିଲେ । ଆଜିର ବୈଠକ ବିଦ୍ୟାଳୟ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଏକ ପ୍ରୟାସ ହୋଇଥିବା ବେଳେ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନଙ୍କ ଶୈକ୍ଷିକ ଓ ଗୁଣାତ୍ମକ ମାନବୃଦ୍ଧି ନିମିତ୍ତ ଏକ ଲକ୍ଷ ଟଙ୍କା ମୁକ୍ତ ହସ୍ତରେ ଦାନ କରିଥିବାରୁ ମୁଖ୍ୟ ଅତିଥି ତଥା ଶିକ୍ଷାପ୍ରେମୀ ଦମ୍ପତ୍ତି ଶ୍ରୀଯୁକ୍ତ-ଶ୍ରୀମତୀ ସାହୁଙ୍କୁ ବିଦ୍ୟାଳୟ ତରଫରୁ ଆନୁଷ୍ଠାନିକ ଭାବେ ମାନପତ୍ର ଓ ଉପାୟନ ଦେଇ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ ସର୍ବ ସମ୍ମତି କ୍ରମେ ବିଦ୍ୟାଳୟ ପରିଚାଳନା କମିଟୀ ସଦସ୍ୟ/ସଦସ୍ୟା ଚୟନ କରାଯାଇଥିଲା । ଶେଷରେ ଶିକ୍ଷୟିତ୍ରୀ ସୁକାନ୍ତୀ ରୋହିଦାସ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top