

ବଜରଙ୍ଗ ଦଳ ତରଫରୁ ଶୋଭାଯାତ୍ରା
ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଖରମୁଣ୍ଡା ବଜରଙ୍ଗ ଦଳ କମିଟୀ ତରଫରୁ ମହାସମାରୋହରେ ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଥମେ ହନୁମାନଙ୍କ ପୂଜାର୍ଚ୍ଚନା ପରେ ସ୍ଥାନୀୟ ବସଷ୍ଟାଣ୍ଡରୁ ଘଣ୍ଟବାଦ୍ୟ, ଗଣ୍ଡାବଜା, ସଂକୀର୍ତ୍ତନ୍ୟ ଦଳ, ଡିଜେ ବାଦ୍ୟ ସହିତ ରାମ, ହନୁମାନଙ୍କ ପ୍ରତିମାକୁ ନେଇ ବିଶାଳ ଶୋଭାଯାତ୍ରାରେ ବାହାରି ସାରା ଗ୍ରାମ ପରିକ୍ରମା କରାଯାଇଥିଲା । ଏହି ଶୋଭାଯାତ୍ରାରେ ଡା.ସୁଶାନ୍ତ ମେହେର, ଡା.ସୁଦାମ ସାହୁ, ମନୋଜ ପଧାନ, ତ୍ରିଲୋଚନ ବେହେରା, ଅଚ୍ୟୁତ ତ୍ରିପାଠୀ, ବଜରଙ୍ଗୀ ମହାପାତ୍ର ସମେତ ବଜରଙ୍ଗ ଦଳ କମିଟୀର ସଦସ୍ୟ ବିଜୟ ତ୍ରିପାଠୀ, ଆକାଶ ମେହେର, ଅଜିତ ତ୍ରିପାଠୀ, ସୁଧାଂସୁ ସାହୁ, ସ୍ବାଧିନ ପରୁଆ, ସ୍ବାଧିନ ମଲ୍ଲିକ, ରସିକ ମେହେର, ବୃନ୍ଦାବନ ସାହୁ, ଶନିଶ୍ଚର ବେହେରା, ଅଭିନାଶ ପୋଢ, ବୁଧ ଡନସନା, ମାନସ ମାନସ ବହେରା, ସଳିମ ବେହେରା, ଡିଲେ ସାହୁ, ଲବ ପଧାନ ସମେତ ଗ୍ରାମ ଅନେକ ଭକ୍ତଗଣ ସାମିଲ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।





