ଟି. ଗଣ୍ଡପାଲି ଉ.ପ୍ରା ସ୍କୁଲର ବାର୍ଷିକୋତ୍ସବ

ପିତାମାତାଙ୍କ ଆଶିର୍ବାଦ ହେଲେ ସନ୍ତାନମାନେ ବଡଲୋକ ହେବେ

ବିଜେପୁର/ବରଗଡ : ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଟି.ଗଣ୍ଡପାଲି ଉ.ପ୍ରା ବିଦ୍ୟାଳୟର ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସ୍ଥାନୀୟ ବିବେକାନନ୍ଦ ଯୁବକ ସଂଘ ଠାରୁ ଗିନି ମୃଦଙ୍ଗ ବଜାଇ ସଂକୀର୍ତ୍ତନ୍ୟ ନୃତ୍ୟଗୀତ ସହିତ ଏକ ଶୋଭା ଯାତ୍ରା ବାହାରି ଅତିଥିଗଣଙ୍କୁ ସ୍ବାଗତ କରାଯାଇଥିବା ବେଳେ ଗ୍ରାମର ପ୍ରତି ଘର ସମ୍ମୁଖରେ କଳସ ସ୍ଥାପନ ପୂର୍ବକ ଅତିଥିଗଣଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏସ୍.ଏମ୍.ସି ଚେୟାରପର୍ସନ ରୋହିତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୂଖ୍ୟ ଅତିଥି ଭାବେ ମାନ୍ୟବର ବରଗଡ଼ ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ଉପସ୍ଥିତ ରହି ପିତାମାତାଙ୍କ ଆଶିର୍ବାଦ ହେଲେ ସନ୍ତାନମାନେ ବଡଲୋକ ହେବେ ଏବଂ ଏଥିପାଇଁ ପିତାମାତାମାନେ ସନ୍ତାନମାନଙ୍କୁ ଭରପୁର ଆଶିର୍ବାଦ ଦିଅନ୍ତୁ ବୋଲି ଅନୁରୋଧ କରିଥିଲେ । ସମ୍ମାନୀତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ବଲ୍ଲଭ ମେହେର, ସି.ଆର୍.ସି.ସି ପ୍ରଭାତ ରଞ୍ଜନ ସାହୁ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମର ଆବାହକ ତଥା ପ୍ରଧାନ ଶିକ୍ଷକ ଶ୍ରୀ ଶଶିଭୂଷଣ ସାହୁ ବାର୍ଷିକ ବିବରଣୀ ପଠନ କରିଥିଲେ । ଏହି ଅବସରରେ ସ୍କୁଲର ବାର୍ଷିକ ପତ୍ରିକା ଅନ୍ବେଷାର ଉନ୍ମେଚନ କରାଯାଇଥିଲା । ପୁରାତନ ଛାତ୍ର ଗୋବିନ୍ଦ ସେଠ୍ ସ୍ବାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମକରଧ୍ବଜ ସାହୁ ଅଭିମତ ପ୍ରଦାନ କରିଥିଲେ । ସହକାରୀ ଶିକ୍ଷକ ସୁଶୀଳ କୁମାର ସୁନା ମଞ୍ଚ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ଉମେଶ ଚନ୍ଦ୍ର ପଧାନ ଧନ୍ୟବାଦ ଜ୍ଞାପନ କରିଥିଲେ । ନିମନ୍ତ୍ରୀତ ଅତିଥି ଭାବେ ବ୍ଲକ ଅଞ୍ଚଳର ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ତଥା ବୁଦ୍ଧିଜୀବୀଗଣ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀ, ଜମିଦାତା ଟୁନୁ ସୁନା ଓ ତାଙ୍କ ବଂଶଧର, ନୃତ୍ୟ ନିର୍ଦ୍ଦେଶିକା ପ୍ରତିମା ସେଠ୍, ସରସ୍ବତୀ ବିଗ୍ରହ ପ୍ରତିଷ୍ଠାତା ଜଗନ୍ନାଥ ସାହୁ, ସ୍ଲାଇଡର ନିର୍ମାତା ରାମ ପ୍ରସାଦ ସାହୁ, ଷ୍ଟିଲଗେଟ ଦେଇଥିବା କ୍ଷୀରୋଦ୍ର ବାରିକ, ପଙ୍ଖାଦାତା ଭେଙ୍କଟେଶ୍ବର ସାହୁ ଓ ଭବାନୀ ଶଙ୍କର ସାହୁ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଦ୍ବାରା ମନୋରମ ରେକର୍ଡ ଡ୍ୟାନ୍ସ୍ ସହିତ ପ୍ରଧାନ ଶିକ୍ଷକ ଶଶିଭୂଷଣ ସାହୁଙ୍କ ରଚିତ ଓ ନିର୍ଦ୍ଦେଶିତ ସମ୍ବଲପୁରୀ କ୍ଷୁଦ୍ର ନାଟକ ‘ପୁଓ’ ପରିବେଷିତ ହୋଇଥିଲା ଯାହା ସମାଜକୁ ଏକ ନୂତନ ବାର୍ତ୍ତା ପ୍ରେରଣ କରିଥିଲା । କାର୍ଯ୍ୟକ୍ରମ ପରିଚାଳନାରେ କୁଳମଣି ସାହୁ, ନିରୁପମା ବାରିକ, ସୁରେଶ କୁମାର ସାହୁ, ମନୋଜ କୁମାର ସାହୁ, ରାଜେଶ ସେଠଙ୍କ ସମେତ ବିବେକାନନ୍ଦ କ୍ଳବର ସଭ୍ୟ ଓ ଏସ୍.ଏମ୍.ସି ସଭ୍ୟ/ସଭ୍ୟା ସହଯୋଗ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top