ମହୁଲପାଲି ସ୍କୁଲର ବାର୍ଷିକୋତ୍ସବ

ମହୁଲପାଲି ସ୍କୁଲର ବାର୍ଷିକୋତ୍ସବ

ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ଶିକ୍ଷା କର୍ଯ୍ୟାଳୟ ଅନ୍ତର୍ଗତ ବଡବାଉଁସେନ କ୍ଲଷ୍ଟରର ମହୁଲପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକୋତ୍ସବ ୨୦୨୪-୨୫ ତଥା ଆମ ସଂସ୍କୃତି ଆମ ଖେଳଣା କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟୀ ସଭାପତି ରାଜେନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଡବ୍ରାହ୍ମଣୀ ସମିତି ସଭ୍ୟା ଚନ୍ଦ୍ରମା ସାହୁଙ୍କ ପ୍ରତିନିଧି ମଙ୍ଗଳୁ ସାହୁ ଉପସ୍ଥିତ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ହାସ୍ୟ କବି କିଶୋର ସାହୁ, କବି ଭରତ ନାଏକ, ଶିକ୍ଷକ ତଥା କବି ରାମପ୍ରସାଦ ବାଗ, ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଡଗର କୁମ୍ଭାର ଉପସ୍ଥିତ ଥିଲେ। ନିମନ୍ତ୍ରୀତ ଅତିଥି ଭାବେ ସୀତାରାମ ଦୀପ, ସୁଧାଂଶୁ ଶେଖର ଜାଳ, ତ୍ରିନାଥ ସେଠ୍ ,ଡୋଳାମଣି କୁମ୍ଭାର ପ୍ରମୁଖ ସି.ଆର୍.ସି.ସି.ଗଣ ଉପସ୍ଥିତ ଥିଲେ । ବଡବାଉଁସେନ ସି.ଆର୍.ସି.ସି ଦୁର୍ବାଦଳ ବଡଗୁଛିଆଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଧର୍ମରାଜ ବାରିକ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁୁ ସମ୍ମାନ ପତ୍ର ଏବଂ ପୁରଷ୍କାର ବିତରଣ କରାଯାଇଥିଲା। ସହକାରୀ ଶିକ୍ଷକ ଆାକାଶ ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ । କବିମାନେ ବିଭିନ୍ନ ପ୍ରକାର କବିତା ଉପସ୍ଥାପନ କରିଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଭୈରବ ସାହୁ, ରାଜେନ୍ଦ୍ର ସାହୁ, କେଶବ ସାହୁ, ଆନନ୍ଦ ସାହୁ ପ୍ରମୁଖ ବିଶେଷ ସହଯୋଗ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top