

ବିଦ୍ୟାଳୟରେ ଶିକ୍ଷା ସହିତ କ୍ରୀଡା ଓ ସଂସ୍କତି ପ୍ରତି ସଚେତନ ଜରୁରୀ
ଗୁଡଭେଲା/ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକ୍ ଅନ୍ତର୍ଗତ ସରକାରୀ ଆଶ୍ରମ ବିଦ୍ୟାଳୟ ମହିପୁର ର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ତୁଷୁରା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭକ୍ତ ଚରଣ ଦାସ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ତୁଷୁରା ବାଳକ ଉ.ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମନ୍ତ ଦାଶ ଉପସ୍ଥିତ ଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷକ ପୁରନ୍ ମେହେରଙ୍କ ପରିଚାଳନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସି.ଆର୍.ସି.ସି ଜଗମୋହନ ତ୍ରିପାଠୀ, ପରିଚାଳନା କମିଟି ସଭାପତି ବିନୋଦ ଭୋଇ, ବଶିଷ୍ଠ ଶିକ୍ଷୟତ୍ରୀ ନିଲୀମା ସାହୁ ଯୋଗଦେଇ ମଞ୍ଚାସୀନ ଥିଲେ । ବିଦ୍ୟାଳୟରେ ଶିକ୍ଷା ସହିତ କ୍ରୀଡ଼ା ଓ ସଂସ୍କୃତି ପ୍ରତି ସଚେତନ ଜରୁରୀ ବୋଲି ଅତିଥିଗଣ ମତବ୍ୟକ୍ତ କରିଥିବା ବେଳେ ମୁଖ୍ୟବକ୍ତା ତଥା ବିଶିଷ୍ଟ କବି ଶ୍ରୀ ଦାଶ ଶିକ୍ଷା ବ୍ୟବସ୍ଥାକୁ କବିତା ମାଧ୍ୟମରେ ସୁନ୍ଦର ଭାବେ ବୁଝାଇଥିଲେ । ଏକ ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିଗଣ ମାନପତ୍ର ସହ ମେଡାଲ ପ୍ରଦାନ କରି ପ୍ରଶଂସା କରିଥିଲେ ଏବଂ ବିଦ୍ୟାଳୟର କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସହକାରୀ ଶିକ୍ଷୟିତ୍ରୀ ଅନସୂୟା ପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ । ସହକାରୀ ଶିକ୍ଷୟତ୍ରୀ ସ୍ୱରୂପା ପାଢୀ ସହଯୋଗ କରିଥିଲେ । ପରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।





