

ବି.ନୂଆଁପାଲି ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ
ବିଜେପୁର/ବରଗଡ : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ବି.ନୂଆଁପାଲି ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅକ୍ଷୟ କୁମାର ଜାଲଙ୍କ ସଭାପତିତ୍ବରେ ଅଦ୍ୟ ମାର୍ଚ୍ଚ ୩୦ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଖିପାଲି ସରପଞ୍ଚ ସବିତା ସାହୁ ଉପସ୍ଥିତ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ଏମ୍.ଶ୍ରୀଗାଡା ୟୁ.ପି ସ୍କୁଳର ପ୍ରଧାନ ଶିକ୍ଷକ କୈଳାସ ରାଜହଂସ, ସି.ଆର୍.ସି.ସି ସୀତାରାମ ଦୀପ, ତ୍ରିନାଥ ସେଠ, ପ୍ରଭାତ ରଞ୍ଜନ ସାହୁ, ଦୁର୍ବାଦଳ ବଡଗୋଛିଆ, ଗ୍ରାମର ଶିକ୍ଷାବିତ୍ ରାମସିଶ୍ୟ ଦାସ, ବିହାରୀ ତାଣ୍ଡି, ପ୍ରଧାନମାଲ ଉ.ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌତମ ବାରିକ ଉପସ୍ଥିତ ଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌତମ କନ୍ଧେର ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ବରମୁଣ୍ଡା ଉ.ପ୍ରା ବିଦ୍ୟାଳୟର ସହକାରୀ ଶିକ୍ଷକ ବିଭୂତି ଭୂଷଣ ସାହୁ ମଞ୍ଚ ପରିଚାଳନା ଦାୟୀତ୍ବ ତୁଳାଇଥିଲେ । ଏହି ଅବସରରେ ପ୍ରଥମଥର ପାଇଁ ଓ.ଏ.ଭି ପ୍ରବେଶିକା ପରୀକ୍ଷାରେ କୃତିତ୍ବ ଅର୍ଜନ କରିଥିବା ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ରୀ ସ୍ନେହାରାଣି କୁମ୍ଭୁରିଆଙ୍କୁ ସମ୍ମାନୀତ କରିବା ସହିତ ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନକୁ ପୁରଷ୍କାର ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରିଥିଲେ । ସଭା ଶେଷରେ ସହକାରୀ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଅନେକ ସଂଖ୍ୟାରେ ଛାତ୍ରଛାତ୍ରୀ, ପିତାମାତା ତଥା ଗ୍ରାମବାସୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।





